ଜଳେଶ୍ଵର, (ନି.ପ୍ର) – ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସମ୍ପତିଆ ଗ୍ରାମ ପଞ୍ଚାୟତର ଡେମୁରିଆ ହାଟ ପଡ଼ିଆରେ ଏକ ନିଶୁଳ୍କ ସ୍ତ୍ରୀ ରୋଗ ଚିକିତ୍ସା ଓ ଜରାୟୁ ମୁଖଦ୍ୱାର କର୍କଟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଜରାୟୁ ମୁଖଦ୍ୱାର ରୋଗ ସାଧାରଣତଃ ହୁମାନ ପାପୀଲୋମା ନାମକ ଏକ ଭାଇରସ ସଂକ୍ରମଣ ଯୋଗୁଁ ହୋଇଥାଏ। ସେଥିପାଇଁ ଅନ୍ୟ କୌଣସି କର୍କଟ ରୋଗର ପ୍ରତିଷେଧକ ବ୍ୟବସ୍ଥା ନ ଥିବା ବେଳେ କେବଳ ଜରାୟୁ କର୍କଟ ଏକମାତ୍ର କର୍କଟ ରୋଗ, ଯାହାକୁ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ସ୍ତ୍ରୀ ଲୋକକୁ ଏହି କର୍କଟ ଜନିତ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରିବ,ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଡାକ୍ତର ମତ ପ୍ରକାଶ କରିଥିଲେ।
ଜଳେଶ୍ଵର ଦୀପଶିଖା ଟ୍ରଷ୍ଟ ଏବଂ ଡେମୁରିଆର ଗଣେଶ ଗ୍ରୁପ ଅଫ ଫାଉଣ୍ଡେସନର ମିଳିତ ସହଯୋଗରେ ଏପ୍ରିଲ ୨୩ ତାରିଖରେ ଡେମୁରିଆ ହାଟ ପଡ଼ିଆରେ ଏକ ନିଶୁଳ୍କ ସ୍ତ୍ରୀ ରୋଗ ଓ ଜରାୟୁ ମୁଖଦ୍ୱାର କର୍କଟ ଚିହ୍ନଟ ଶିବିର ଆୟୋଜନ କରା ଯାଇଥିଲା।ଏଥିରେ ଦୀପଶିଖା ଟ୍ରଷ୍ଟ ର ପ୍ରତିଷ୍ଠାତା ଡାକ୍ତର ଦିପ୍ତିମୟୀ ମହାପାତ୍ର ୩୦ ଜଣ ମହିଳାଙ୍କୁ ବିଭିନ୍ନ ସ୍ତ୍ରୀ ରୋଗ ସମସ୍ୟା ପାଇଁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଜରାୟୁ ମୁଖଦ୍ଵାର କର୍କଟ ଚିହ୍ନଟ ପାଇଁ ୧୩ ଜଣ ମହିଳାଙ୍କ ର ନିଶୁଳ୍କ ପାପ୍ ଟେଷ୍ଟ କରିଥିଲେ।ଏହା ସହ ସେମାନଙ୍କୁ ଏହି କର୍କଟ ରୋଗ ପାଇଁ କଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଯଥା – ପୁଅ ଓ ଝିଅ ମାନଙ୍କୁ ୧୧ ରୁ ୧୨ ବର୍ଷ ମଧ୍ୟରେ ହ୍ୟୁମାନ ପାପୀଲୋମା ଭାଇରସ ଟୀକା ଦେବା ସହ ପ୍ରତ୍ୟେକ ସ୍ତ୍ରୀ ଲୋକ ୨୧ ବର୍ଷରୁ ୨୯ ବର୍ଷ ପର୍ଯ୍ୟନ୍ତ ପ୍ରତି ୫ ବର୍ଷରେ ଥରେ ଏବଂ ୩୦ ବର୍ଷରୁ ୬୫ ବର୍ଷ ପର୍ଯ୍ୟନ୍ତ ୩ ବର୍ଷରେ ଥରେ ପାପ ଟେଷ୍ଟ କରିବେ। ସେ ବିଷୟରେ ସଚେତନ କରିଥିଲେ।ଏହି ସ୍ବାସ୍ଥ୍ୟ ଶିବିରକୁ ସମ୍ପତିଆ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ସମିତି ସଭ୍ୟା ରଶ୍ମିତା ପ୍ରଧାନ, ଦୀପଶିଖା ଟ୍ରଷ୍ଟ ର ସମ୍ପାଦକ ପ୍ରମୋଦ କୁମାର ହୁଇ, ନିର୍ଦ୍ଦେଶିକା କାରୁବାକୀ ଉତ୍କଳିକା , ଇଭେଣ୍ଟ ପ୍ଲାନର ସୁବ୍ରତ କୁମାର ରଣା, ସୁରକ୍ଷା ନର୍ସିଂ ହୋମର ସ୍ବାସ୍ଥ୍ୟ ସେବିକା ତନୁସ୍ମିତା ହୁଇ, ଝରଣା ପ୍ରଧାନ, ପାଥୋଲୋଜିଷ୍ଟ ତାପସ କୁମାର ଚାନ୍ଦ, ଜ୍ୟୋସ୍ନାରାଣୀ ଦତ୍ତ ତଥା ଗଣେଶ ଗ୍ରୁପ ଅଫ ଫାଉଣ୍ଡେସନର ସଭାପତି ରାଧାକୃଷ୍ଣ ପ୍ରଧାନ ସଦସ୍ୟ ତନ୍ମୟ ମହାନ୍ତି, ରାଜକିଶୋର ଘୋଷ ଓ ତପନ ସେନାପତିଙ୍କ ସହିତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।