ଭୂପେନ୍ଦ୍ରନାଥ ପଲାଇ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ବରୀ : ବରୀ ବ୍ଲକ୍ ଅନ୍ତର୍ଗତ ବରୀ ପଂଚାୟତର ପଂଚାୟତ ହାଇସ୍କୁଲ ପରିସରରେ ରବିବାର ଦିନ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୂପେନ୍ଦ୍ରନାଥ ପଲାଇ ମେମୋରିଆଲ ଟ୍ରଷ୍ଟ, ବରୀ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବରୀ ବିଧାୟିକା ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସ୍ୱର୍ଗତଃ ପଲାଇଙ୍କ ପୁତ୍ର ଜ୍ୟୋର୍ତିମୟ ପଲାଇଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିବିରରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସ୍ଥାନୀୟ ସରପଂଚ ସୋନାଲି ସିଂ ପ୍ରମୁଖ ଉପସ୍ଥିତ ଥିଲେ । କଟକର ସୃଷ୍ଟି ହସ୍ପିଟାଲ, ରେଡ ମଣ୍ଡ ପଲିକ୍ଲିନିକ୍ ଓ ଭୁବନେଶ୍ୱର ଅହଲ୍ୟା ହସ୍ପିଟାଲ ମିଳିତ ସହଯୋଗରେ ପରିଚାଳିତ ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ଅଭିଳାଷ ରାଉତ, ସୁକୁମାର ଦାସ, କାଶୀନାଥ ସ୍ୱାଇଁ, ମନୋଜ ମୁନୀ, ଶକ୍ତି ସ୍ୱରୂପ ମହାନ୍ତି, ସ୍ୱସ୍ମିତା ହୋତା, ସୁଶାନ୍ତ କୁମାର ଖିଲାର ପ୍ରମୁଖ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଡାକ୍ତରଙ୍କ ଚିଠା ଅନୁଯାୟୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାଗଣରେ ଔଷଧ ବଂଟନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିର ପରିଚଳାନରେ ଅରୁଣ କୁମାର ସେନ୍‌, ପ୍ରିୟ ରଂଜନ ଦାସ, ବିଭୂତି ସାହୁ, ପ୍ରତାପ କୁମାର ଦାସ, ବିଜୟ କୁମାର ଦାସ, ବିଶ୍ୱନାଥ ଦାସ, ପ୍ରସ୍ନଜିତ ସେନ୍‌, ପ୍ରକାଶ ମଲିକ ଶରଣୀ ମଲିକ, ଚନ୍ଦ୍ରଶେଖର ଦାସ, ସୁଧାଂଶୁ ସିଂ, ଶୁଭମ ଦାସ, ରାଜେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶିବିର ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିଥିଲା । ଶିବିରରେ ପାଞ୍ଚ ଶହରୁ ଅଧିକ ରୋଗଗୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଚିକିତ୍ସା ସେବା ସହ ଔଷଧ ଯୋଗାଇ ଦିଆଯାଇଥିଲା ।

Leave A Reply

Your email address will not be published.