ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ

ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ସିତାଂଶୁ ଶେଖର ମିଶ୍ରଙ୍କ  ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଥିଲା।   ସଂଘର କୋଷାଧ୍ୟକ୍ଷ ଭିକାରୀ ପୃଷ୍ଟି  ବର୍ତ୍ତମାନ ଭୁବନେଶ୍ୱରର ଏକଘରୋଇ ଚିକିତ୍ସାଳୟରେ ଚିକିତ୍ସିତହେଉଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ତାପରେ ଜିଲ୍ଲାର ଏକ ସୁନାମ ଅର୍ଜିତ ଉଚ୍ଚ ବିଦ୍ୟାଳୟ ମହାରାଜା ଉଚ୍ଚବିଦ୍ୟାଳୟରେ ନିୟମିତ  ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ଅଭାବକୁନେଇ ଉଦ୍ ବେଗ ପ୍ରକାଶ ପାଇଥିଲା।  ଜିଲ୍ଲାରେ ରହିଥିବା ଟୋଲଗେଟ୍ କୁ ନେଇ ମଧ୍ୟ  ଆଲୋଚନା କରିଥିବା ଜଣାଯାଏ।   ଆଗାମୀ ଦିନରେ ଏଥିପାଇଁ ଜିଲ୍ଲାରେ ରହିଥିବା ଉକ୍ତ ବିଭାଗୀୟ ଅଧିକାରୀ ବୃନ୍ଦଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ଜଣାଯାଏ।ଉକ୍ତ ବୈଠକରେ ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାଙ୍କାନିଧି ରାୟଗୁରୁ, ପ୍ରଦୀପ କୁମାର ପୁରୋହିତ ,ଅଟଳ ବିହାରୀ ମହାପାତ୍ର, ପଞ୍ଚାନନ ବାରିକ,ସୂର୍ଯ୍ୟ ନାରାୟଣ ଦାସ,ଦୁଃଖିରାମ ନାୟକ ,ବିନୋଦ କୁମାର ମେହେର,ମହେଶ ପୂଜାହାରୀ, ନବକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରଦୀପ କୁମାର ପୁରୋହିତ ,ଆଇନଜୀବୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.