ଦରମା ଅନୀୟମିତତା ନେଇ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଘରୋଇ ଠିକା କମ୍ପାନୀ ‘ସୁମିତ ଏଜେନ୍ସୀ’ ତରଫରୁ ସଫେଇ ଟେଣ୍ଡର ନିଆଯାଇଛି ।ତାଙ୍କ ଅଧୀନରେ ସଫେଇ କାମ ଚାଲିଛି ।ତାଙ୍କ ଦ୍ବାରା ଅସ୍ଥାୟୀ ନିଯୁକ୍ତ ହୋଇଥିବା ସଫେଇ କର୍ମଚାରୀଙ୍କୁ ଚୁକ୍ତି ଭିତ୍ତିକା ଦରମା ପ୍ରଦାନ କରାଯାଇଥାଏ । ଚୁକ୍ତି ଅନୁଯାୟୀ ଠିକା ସଫେଇ କର୍ମଚାରୀଙ୍କୁ ୯୦୦୦ ଟଙ୍କା ଏବଂ ସୁପରଭାଇଜର ମାନଙ୍କୁ ୧୦,୨୦୦ ଟଙ୍କା ମାସିକ ଦରମା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଗତ ଫେବୃଆରୀ ଓ ମାର୍ଚମାସରେ ସଫେଇ କର୍ମଚାରୀଙ୍କୁ ୯୦୦୦ ଟଙ୍କା ବଦଳରେ ମାସିକ ୭୦୦୦ ଟଙ୍କା  କମ ଦରମା ପ୍ରଦାନ କରାଯାଉଛି । ସଫେଇ କର୍ମଚାରୀମାନେ ମାସର ୩୦ ଦିନ ଯାକ କାମ କରୁଛନ୍ତି ହେଲେ ସେମାନଙ୍କୁ ମାସିକ ୨୬ ଦିନର ଦରମା ପ୍ରଦାନ କରାଯାଉଛି ।ଦରଦାମ ହୁ ହୁ ବଢ଼ି ଚାଲିଛି ।ଘର ଚଳିବା କଷ୍ଟକର ।ସୁମିତ ଏଜେନ୍ସି ଚୁକ୍ତି ଖିଲାପ କରି ସଫେଇ କର୍ମଚାରୀଙ୍କୁ ହଇରାଣ ହରକତ କରୁଛି । ଏହାକୁ ନେଇ ସପ୍ତାହେ ପୂର୍ବରୁ ସଫେଇ କର୍ମଚାରୀମାନେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସମସ୍ୟା ଉପରେ ଲିଖିତ ଅଭିଯୋଗ କରିଥିଲେ ।ପ୍ରଶାସନ ଏବଂ ସୁମିତ ଏଜେନ୍ସି ପକ୍ଷରୁ କିଛି ନିଷ୍ପତ୍ତି ନ‌ ନେବାରୁ ବାଧ୍ୟହୋଇ ସଫେଇ କର୍ମଚାରୀମାନେ ଆଜି ରବିବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ସଫେଇ କର୍ମଚାରୀମାନେ ସେମାନଙ୍କର ଅସୁବିଧାକୁ ଦୁଃଖର ସହ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ମନୋରଞ୍ଜନ ବେହେରା,ଦୀପା ବେହେରା,ବିଶିକେଶନ ବେହେରା,ସର ବେହେରା,ଦୁର୍ବାସିନୀ କାରୁଆ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.