ବ୍ରହ୍ମଗିରି -ସ୍ଵାମୀଙ୍କ ମୃତ୍ୟୁକୁ ବିତିଲାଣି ୧୧ମାସ। ତଥାପି ବିଧବା ଭତ୍ତା ଖଣ୍ଡିଏ ପାଇ ପାରିନାହାନ୍ତି ଅସହାୟ ଲକ୍ଷ୍ମୀ। ଘରର ରୋଜଗାରିଆ ମଣିଷଙ୍କୁ ହରାଇବାପରେ ଭଙ୍ଗା କୁଡ଼ିଆରେ ଭାଗ୍ୟକୁ ଆଦରି ପଡିରହିଛି ବ୍ରହ୍ମଗିରି ବ୍ଲକ ଭୁବନପୁର ପଞ୍ଚୟତ ସାଲେପୁର ଗାଁର ଲକ୍ଷ୍ମୀ ପ୍ରଧାନ (୪୫) ଏବେ ସରକାରୀ ସହାୟତାକୁ ଅପେକ୍ଷାକରି ରହିଛନ୍ତି । ସୂଚନାରୁ ପ୍ରକାଶଯେ ସାଲେପୁର ଗାଁର ଲକ୍ଷ୍ମୀପ୍ରଧାନ ଙ୍କ ସ୍ୱାମିର ଗତ ୧୧ମାସ ତଳେ ମୃତ୍ୟୁ ହୋଇଥିଲା । ସ୍ଵାମୀଙ୍କ ମୃତ୍ୟୁପରେ ବେସାହାରା ଅବସ୍ଥାରେ କାଳ କାଟୁଛନ୍ତି ଲକ୍ଷ୍ମୀ । ସ୍ଵାମୀଙ୍କ ମୃତ୍ୟୁକୁ ୧୧ମାସ ହୋଇଥିଲେ ମଧ୍ୟ ନା ଲକ୍ଷ୍ମୀ ଙ୍କୁ ମିଳିଛି ବିଧବା ଭତ୍ତା ଖଣ୍ଡେ । ନା ମାତୃମଙ୍ଗଲ ଯୋଜନାରେ କିଛି ସହାୟତା ରାଶି। ମାତ୍ର ଦଶକିଲୋ ଚାଉଳରେ ତେଲଲୁଣ କରି ମାସଯାକ ଚଳୁଛନ୍ତି । ଲକ୍ଷ୍ମୀଙ୍କ କହିବା ଅନୁସାରେ ସ୍ଵାମୀଙ୍କ ମୃତ୍ୟୁପରେ ସେ ଭତ୍ତା ଖଣ୍ଡେ ପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟ କୁ ଧାଇଁଛନ୍ତି। ହେଲେ ସ୍ଵାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦାଖଲ ହୋଇନଥିବାରୁ ଭତ୍ତା ଆବେଦନ ବିଲମ୍ବହେବ ବୋଲି ତାଙ୍କୁ କୁହାଯାଇଥିଲା। ସଙ୍ଗେ ସଙ୍ଗେ ୱାର୍ଡର ୱାର୍ଡସଭ୍ୟା ଙ୍କ ସାହାରାରେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠିସ୍ୱାଥ୍ୟ କେନ୍ଦ୍ରରୁ ୧୦ମାସତଳେ ପ୍ରମାଣପତ୍ର ପାଇବା କ୍ଷଣି ପୁଣିଥରେ ଭତ୍ତା ଆବେଦନ କଲେ। ହେଲେ ଆଜିକୁ ଦଶମାସ ହେଲାଣି ଭତ୍ତା ଖଣ୍ଡେ ମିଳିପାରିନାହିଁ । ଲକ୍ଷ୍ମୀଙ୍କ ପାଖରେ ବଞ୍ଚିବାଲାଗି ସାଧନ ଆଉ ନାହିଁ । ଆଖ ପାଖରେ ଯଦି କିଛି କାମମିଳେ ସେଥିରୁ ଦୁଇପଇଶା ରୋଜଗାର କରି ପେଟକୁ ଦାନା ଯୋଗାଡ଼ କରିଥାନ୍ତି । ଏଭଳି ସ୍ଥିତିରେ ଲକ୍ଷ୍ମୀ ପ୍ରଧାନ ଭାଙ୍ଗିପଡିଛନ୍ତି । ଜିଲ୍ଲା ଓ ବ୍ଲକ ପ୍ରସାଶନ ତୁରନ୍ତ ଏହି ପରିବାର ପ୍ରତି ମାତୃମଙ୍ଗଳ ସହାୟତା ବିଧବା ବତ୍ତା ଖଣ୍ଡେ ୩୫କିଲୋ ଚାଉଳର ଖଣ୍ଡେ କାର୍ଡ ଯୋଗାଇଦେବା ପାଇଁ ସେ ଏବଂ ସାଲେପୁର ଗ୍ରାମବାସୀ ଦାବି କରିଛନ୍ତି ।