ଛତ୍ରପୁର, — ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଥାନା ହଁସପୁର ରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ 22 ତାରିଖ ରାତିରେ ହତ୍ୟା କରାଯାଇଥିଲା । କୃଷ୍ଣଙ୍କ ସହ ଆସନ୍ତା ୧୩ରେ ବିବାହ ପାଇଁ ସ୍ଥିର ହୋଇଥିବା ତାଙ୍କ ଭାବି ପତ୍ନୀ ଆରତୀ ପ୍ରଧାନ ସୋମବାର ସକାଳୁ ବିଷପିଇ ଆତ୍ମହତ୍ୟା କରିଛନ୍ତି । ବିଷ ପିଇଵା ପରେ ଯୁବତୀ ଜଣଙ୍କୁ ପ୍ରଥମେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଅପରପକ୍ଷରେ ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ହଁସପୁର ଠାରେ ଛତ୍ରପୁର – ତାରାତାରିଣୀ ମୁଖ୍ୟ ରାସ୍ତା କୁ ଶତାଧିକ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ । ପୋଲିସ ସେଠାରେ ପହଂଚି ବୁଝାସୁଝା କରିଥିଲା ମାତ୍ର ସନ୍ଧ୍ୟା ରେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ସହ ପୋଲିସ ଗାଡିକୁ ଆନ୍ଦୋଳନକାରୀ ପଥରରେ ଭାଙ୍ଗିଥିଲେ ଏଥିସହ ସାମ୍ବାଦିକ ଙ୍କ ମୋବାଇଲ ଛଡାଇ ଭିଡିଓ ଡିଲିଟ କରିଥିଲେ ପରେ ମୋବାଇଲ ଫେରାଇଥିଲେ ଏନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଛି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଅଡ଼ି ବସି ଦିନତମାମ ରାସ୍ତା ଅବରୋଧ କରିଥିଲେ କାହିଁକି ଅଟକ ଙ୍କୁ ଛଡ଼ଗଲା ପ୍ରଶ୍ନ କରିବା ସହ ଛତ୍ରପୁର ଥାନା ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପ୍ରଶାସନିକ ଓ ପୋଲିସ ଅଧିକାରୀ ବୁଝାଇଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଶୁଣିନଥିଲେ ତେଵେ ସେଥିରୁ ଜଣଙ୍କୁ ପୋଲିସ ରବିବାର ଛାଡି ଦେଇଥିଲା ଏହି ଖବର ପ୍ରଘଟ ହେବାପରେ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଭାଂଗିପଡିଵା ସହ ପୋଲିସ ଠାରୁ ନ୍ୟାୟ ପାଇବା କମ ଆଶା କରିଥିଲେ । ସୋମବାର ବିଷପାନ କରିବା ପୂର୍ବରୁ ଯୁବତୀ ଜଣକ ମୃତ କୃଷ୍ଣଙ୍କ ଭଣଜା ରାକେଶ କୁମାର ସାହୁଙ୍କ ଫୋନରେ ଏକ ମେସେଜ ମଧ୍ୟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ମୁଁ ମଲା ପରେ ବୋଧେ ତମ ମାମୁଁଙ୍କୁ ଉଚ୍ଚିତ ନ୍ୟାୟ ମିଳିବ। ଏହା ଲେଖିବା ପରେ ସେ ବିଷପାନ କରିଥିଲେ । ଅପରପକ୍ଷରେ ଏହି ହତ୍ୟା ର ମାଷ୍ଟରମାଇଣ୍ଡ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପ୍ଲାକାର୍ଡ ଧରି ଟାୟାର ଜାଳି ଲୋକେ ରାସ୍ତାରୋକ କରିଥିଲେ । କୃଷ୍ଣ ସିମେଣ୍ଟ ବ୍ୟବସାୟ କୁ ଅନ୍ୟ ସିମେଣ୍ଟ ବ୍ୟବସାୟୀ ଇର୍ଷା କରିବା ସହ କୃଷ୍ଣ ଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ଟେଲରିଙ୍ଗ କରି ଘରର ଭରଣ ପୋଷଣ କରୁଥିଲେ ଏହାପରେ ତାଙ୍କ ଘର ଲୋକେ ଅସହାୟ ହୋଇପଡିଥିବା ଲୋକେ କହିଛନ୍ତି ସୂଚନାଯୋଗ୍ୟ 22 ତାରିଖ ରାତି ପ୍ରାୟ ୧୧ଟା ସମୟରେ ହଁସପୁର ଗ୍ରାମର ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ସବୁଦିନ ପରି ରାତିରେ ଦୋକାନ ବନ୍ଦ କରି ମନ୍ଦିର ଯାଇ ଠାକୁର ଦର୍ଶନ କରି ଘରକୁ ଫେରୁଥିଲେ । ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗିରହିଥିବା ଦୁବୁର୍ତ୍ତ ମାନେ ଆତର୍କିତ ଭାବେ ଲୁହାରଡ଼ରେ ପିଟି ପିଟି ହତ୍ୟା କରିଥିଲେ ।