ଜଳେଶ୍ଵର/ବସ୍ତା, (ନି.ପ୍ର) – ସରପଞ୍ଚଙ୍କ ମେରିରାୟ ନୀତିରେ ହେଉଛି ଡ୍ରେନ କାମ,ନ୍ୟାୟ ପାଇଂ ବିଡ଼ିଓ ଙ୍କ ନିକଟରେ ଫେରାଦ। ଏଭଳି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗ୍ରାମରୁ। ଅଭିଯୋଗ ମୁତାବକ ବଣଭଙ୍ଗା ପଦା ଠାରୁ ପଳପଳା ନଦୀ ପର୍ଯ୍ୟନ୍ତ ପୂର୍ବରୁ ଅସମ୍ପୁର୍ଣ ଡ୍ରେନ ରିହିଥିଲା। ମାତ୍ର ପାଉଁଶକୁଲି ସରପଞ୍ଚ ବିନା କୌଣସି ଏକ୍ସନ ପ୍ଲାନରେ ମନମୁଖୀ ଭାବେ ବିଭାଗିୟ ଅଧିକାରୀଙ୍କ ଅଜାଣତରେ ଡ୍ରେନ କାମ କରୁଛନ୍ତି। ତୁରନ୍ତ ଏଭଳି ବେଆଇନ କାମ କୁ ବନ୍ଦ କରିବା ପାଇଁ ପୂର୍ବତନ ୱାର୍ଡସଭ୍ୟ, ଗୋଲକ ବିହାରୀ ସିଂ ବସ୍ତା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଘଟଣା ବାବଦରେ ପାଉଁଶକୁଲି ସରପଞ୍ଚଙ୍କ ପ୍ରତିନିଧି ଶିଶିର ସେନାପତି କହିଛନ୍ତି କି ଦୀର୍ଘଦିନ ହେବ ଡ୍ରେନ ଅସମ୍ପୁର୍ଣ ହୋଇ ପଡି ରହିଥିଲା ପାଣି ନିଷ୍କାସନ ହୋଇ ନପାରି ବ୍ୟାପକ ଦୁର୍ଗନ୍ଧ ସାଙ୍ଗକୁ ମାଛି ମଶାଙ୍କ ବଂଶ ବୃଦ୍ଧି ପାଇ ଏକ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହେଉଥିଲା। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ, ତେଣୁ ଲୋକଙ୍କ ସ୍ୱାର୍ଥପାଇଁ ଡ୍ରେନ କାମ ହେଉଛି।