ଜଳେଶ୍ଵର,(ନି.ପ୍ର) – ଗତ ବିଷୁବ ସଂକ୍ରାନ୍ତି ରେ ଅନୁଷ୍ଠିତ ଦୁଇ ଦିନିଆ ବାଲିମେଳାଟି ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସ୍ଥିତ ମହାନ୍ତିସାହି ସୁବର୍ଣ୍ଣରେଖା ନଦୀ କୂଳରେ ହୋଇଥିଲା। ପାକାପାଖି ୨୦ ହଜାର ଲୋକ ଏହି ମେଳାକୁ ଆସିଥିବାରୁ ସେଠାରେ ବହୁ ଆବର୍ଜ୍ଜନା ପଡ଼ି ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ଯାହାଫଳରେ ପାର୍ଶ୍ୱରେ ଥିବା ଗ୍ରାମ ଗୁଡ଼ିକର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ନିଶ୍ଚିତ ବୋଲି ଜାଣି ଏ ଅଞ୍ଚଳର ଛାମୁଆ ସଙ୍ଗଠନ ଉତ୍କଳ ଜନନୀ ପରିବାର ତରଫରୁ ଆଜି ରାୟାଁ ରାମଚନ୍ଦ୍ରପୁର ବାଲିଯାତ୍ରା ପଡ଼ିଆକୁ ସମ୍ପୂର୍ଣ ଭାବେ ସଫେଇ କରି ନିଆଁ ଲଗେଇ ନଷ୍ଟ କରି ଦିଆଯାଇଛି। ସଂଗଠନର ସଭାପତି ହେମନ୍ତ କୁମାର ଜେନା, ଉପଦେଷ୍ଟା ଗଗନ ବିହାରୀ ସାହୁ, ଗଣେଶ ଜେନା, ପିଙ୍କୁନ ଦଳାଇ, ହିମାଂଶୁ ନାଥ, ସୀତାରାମ ଦାସ ଗୌରବ ବେହେରା, କିର୍ତ୍ତନ ଜେନା ଆଦି ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟରେ ସାମିଲ ଥିଲେ। ସଂଗଠନ ର ଏତାଦୃଶ କାର୍ଯ୍ୟକ୍ରମକୁ ମହାନ୍ତିସାହି ଗ୍ରାମବାସୀ ଓ ବିଭିନ୍ନ ମହଲରେ ପ୍ରଶଂସା କରା ଯାଉଛି।