ବାଲିଆପାଳ- ବାଲିଆପାଳ ବ୍ଲକ ଚଉମୁଖ ଗ୍ରାମରେ ଥିବା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଶବ୍ଦକୁଞ୍ଜର ଚତୁର୍ଥ ସ୍ଵନକ୍ଷତ୍ର ସମାରୋହ ଡଗରା ବେଳାଭୂମି ଠାରେ ରବିବାର ତାରିଖରେ ଅନୁଷ୍ଠିତ ହେଇଯାଇଛି। କବି ଓ ଶିକ୍ଷକ ନଳିନୀ କାନ୍ତ ପାଢ଼ୀ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବ କବି ସୁରେନ୍ଦ୍ରନାଥ ପରିଡା, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦୟାନିଧି ସାହୁ, ସମ୍ମାନିତ ଅତିଥିଭାବେ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ, ଗାଳ୍ପିକ ନାରାୟଣ ବିଶ୍ୱାଳ, ରବୀନ୍ଦ୍ର ଦତ୍ତ, ପୁରନେନ୍ଦୁ ହାଜିରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରି ଅନୁଷ୍ଠାନର ଉନ୍ନତି କାମନା କରିବାସହ ସହିତ୍ୟସେବା ସମ୍ପର୍କରେ ଆଲୋକପାତ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା କବି କାର୍ତ୍ତିକ ସେଠୀ ମଞ୍ଚ ଆବାହନ ଓ ପ୍ରାକ ସୂଚନା ପ୍ରଦାନ କରିଥିଲେ।ପରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଇଥିଲା।କାବେରୀ ବାରିକ, ରବୀନ୍ଦ୍ର ଦତ୍ତ, ରଂଜିତା ବେହେରା, ଲଷ୍ମୀପ୍ରିୟ ପରିଡା, ନବକୁମାର ଦାସ ସ୍ୱରଚିତ କବିତା ପାଠ କରିଥିଲେ।ପ୍ରଦୀପ ବେରା, ସତ୍ୟବ୍ରତ ଖଣ୍ଡା ଶୁଭମ ବେହେରା ପରିଚାଳନା କରିଥିଲେ।ଶେଷରେ ନବକୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।