ଲହୁଣୀପଡ଼।-ବଣାଇଁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ ଜଣେ ଗିରଫ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡ଼ିଛି ।ଘଟଣାରୁ ପ୍ରକାଶ ଯେ ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମର ଫକୀର ମୋହନ ସାହୁ (୬୭)ଗଞ୍ଜେଇ କାରବାର ବେଳେ ଅତର୍କିତ ଚଢାଉ କରି ତା ଠାରୁ ୪ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ତାକୁ ଗରିଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ।