ଖଣି ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ବୃଦ୍ଧି

 କୁହିକା– ଯେ କୌଣସି ବ୍ୟବସାୟ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି ନା କିଛି ନିୟମ ବନାଇଥାନ୍ତି । ଯେ କୌଣସି ବିଭାଗର ବ୍ୟବସାୟ ସମସ୍ତଙ୍କ ପାଇଁ ନିୟମ ରହିଛି କିନ୍ତୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଥାନା ଅନ୍ତର୍ଗତରେ ଯାଉଥିବା ଗାଁ  ଓ ଛକ ବଜାର ଗୁଡିକ ସ୍ୱତନ୍ତ୍ର ଅବକାରୀ ବିଭାଗର ନିୟମ ବାହାରେ ପ୍ରାୟ ।ଏହି ଅଞ୍ଚଳରେ ଟାଟା ମୁଖ୍ୟ ବଜାରର ଠାରୁ ଆରମ୍ଭ କରି କୋଇପଶି,ସାରିଆବିଲ ପର୍ଯ୍ୟନ୍ତ ଛକ ଛକ,ଗାଁ ଗାଁ ରେ ବିଦେଶୀ ମଦ ଖୋଲମ ଖୋଲା  ବିକ୍ରି ହେଉଛି ।ପ୍ରତି ଛକ ବଜାର,ପଡିଆ ,ଗଛ ମୂଳରେ ଅବାଧରେ ଦିନ ଦ୍ବୀପହରରେ ମଦ ବୋତଲ ଧରି ମଦୁଆମାନେ ବସିଥିବାର ନଜର ଆସୁଛି ।ଏହି ଅଞ୍ଚଳର ମଦୁଆଙ୍କ ଦୌରାତ୍ମ ଦିନକୁ ଦିନ କମିବା ପ୍ରତିବଦଳରେ ବୃଦ୍ଧି ହେଉଛି।ପୋଲିସ ପ୍ରଶାସନର ଜାଣତରେ ଏହା ଚାଲିଛି ବୋଲି ଛକବଜାର ରେ ଆଲୋଚନା ହେଉଛି ।ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀଙ୍କ ଠାରୁ କିଣା ମୂଲ୍ୟରେ ପେଟି ପେଟି ମଦ ଆଣି ଅବାଧରେ ବିକ୍ରି କରୁଥିବା ବେଳେ ପୋଲିସ ପ୍ରଶାସନ କେତୋଟି କର୍ମଚାରୀଙ୍କ ହାତଗୁଂଜା ନେଇ ଖୋଲମ ଖୋଲା  ବିଦେଶୀ ମଦ ବେପାର ଚାଲିଛି ।ଯେକୌଣସି  ଗାଁ କୁ ରେଡ଼ ପାଇଁ ଯିବା ଆଗରୁ ହାତଗୁଂଜା ନେଉଥିବା କର୍ମଚାରୀ ଫୋନ ମାଧ୍ୟମରେ କୁହନ୍ତି କି ଆଜି ତମ ଗାଁରେ ରେଡ଼ ହେବ ।ଏନେଇ ବିଭିନ୍ନ ସମୟରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ବିଭିନ୍ନ ସମୟରେ ସୂଚନା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିୟଯାଉନଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିବା ବେଳେ ଏନେଇ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଙ୍କ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ନେଟୱାର୍କ ବାହାରେ ଥିବାରୁ ମତାମତ ସ୍ଥାନ ପାଇପାରୁ ନାହିଁ ।

Leave A Reply

Your email address will not be published.