ହିଂଜିଲିକାଟୁ :- କାହିଁ କେଉଁ ଅନାଦି କାଳରୁ ହିଂଜିଲିକାଟୁ ର ମଧ୍ୟ ଭାଗରେ ରହି ସହର ର ଶୋଭା ବଢାଉଥିବା ମେଣ୍ଢାଖାଇ ପାହାଡ଼ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ପ୍ରୟାସ ରେ ଏକ ସୁନ୍ଦର ସଂରକ୍ଷିତ ଜଙ୍ଗଲ ର ରୂପ ନେଇପାରିଛି ।ପୂର୍ବତନ ତହସିଲଦାର ପ୍ରଫୁଲ କୁମାର ସ୍ୱାଇଁ ଓ ପ୍ରାଧ୍ୟାପକ ଡ଼ ବୃନ୍ଦାବନ ମିଶ୍ର ଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ପୂର୍ଣ୍ଣ ପାହାଡ଼ କୁ ଲୁହାତାର ଜାଲି ବେଢ଼ା ହୋଇ ଅନଧିକାର ପ୍ରବେଶ ଲାଗି ବାରଣ କରାଯାଇଛି ।କୃଷ୍ଣଚନ୍ଦ୍ର ଗୌଡ଼ ଓ ଫରେଷ୍ଟ ବାବୁଙ୍କ ପ୍ରୟାସ ଲାଗି ପାହାଡ଼ ଟି ଦଶ ଗୋଟି ମୟୁର ମାନଙ୍କ ର ବିଚରଣ କ୍ଷେତ୍ର ପାଲଟି ପାରିଛି ।ପ୍ରଚଣ୍ଡ ରୌଦ୍ର ତାପ ଓ ଗ୍ରୀଷ୍ମ ପ୍ରବାହ ର ଦାଉରୁ ମଣିଷ ମଧ୍ୟ ବର୍ତ୍ତିବା କଷ୍ଟକର,ତେଣୁ ପ୍ରକୃତି କୁ ବଞ୍ଚାଅ, ପ୍ରାଣୀ ମାନଙ୍କୁ ବଞ୍ଚାଅ ଓ ପକ୍ଷୀ ଏବଂ ଜାତୀୟ ପକ୍ଷୀ ର ସୁରକ୍ଷା ଆଦି ବିଭିନ୍ନ ନାରା ସହ ସ୍ବେଛାସେବୀ ସଂଗଠନ ତ୍ରିରଙ୍ଗା ସେବା ସଙ୍ଘ ପକ୍ଷରୁ ହିଂଜିଲିକାଟୁ ମେଣ୍ଢାଖାଇ ପାହାଡ଼ ପାଦ ଦେଶରେ ବସବାସ କରୁଥିବା ସମସ୍ତ ଗୃହକର୍ତା ମାନଙ୍କୁ ନିବେଦନ ସହ ଏକ ସଚେତନତା ରାଲି କରାଯାଇଥିଲା ।ପ୍ରବଳ ରୌଦ୍ର ତାପ ରୁ ରକ୍ଷା ସକାଶେ ଓ ପାହାଡ଼ ଉପରେ ଛଡା ଯାଇଥିବା ଜାତୀୟ ପକ୍ଷୀ ମୟୂର ଓ ଅନ୍ୟାନ୍ୟ ପକ୍ଷୀ ମାନଙ୍କର ଯତ୍ନ ଓ ବୃଦ୍ଧି ସକାଶେ ସମସ୍ତେ ନିଜ ଘର ବାରିପଟେ ଓ ଛାତ ଉପରେ ପାଣି ର ବନ୍ଦୋବସ୍ତ କରନ୍ତୁ ବୋଲି ଡ଼ାକବାଜି ଯନ୍ତ୍ର ସହ ପ୍ରଚାର କରି ଲୋକ ମାନଙ୍କୁ ସଚେତନ କରାଯାଇଥିଲା ।ସଙ୍ଘ ସଂଗଠକ ଇ ସରୋଜ ପାତ୍ର ଙ୍କ ଆବାହନ ରେ ଆୟୋଜିତ ରାଳିରେ ଶମ୍ଭୁ ଗୌଡ଼ ,ସତୀଶ ସାହୁ,ପୁରୁଷୋତ୍ତମ ମଲ,କାହ୍ନା ଖୁଣ୍ଟିଆ, ଉତ୍ତମ, ଦେବାଶିଷ ,କଳିଙ୍ଗ ମୁନି,ଶକ୍ତି, ଦିପକ ଓ କାହ୍ନା ସାବତ ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ ।