ରଘୁନାଥ ଜୀଉ ମଠ ପ୍ରାଙ୍ଗଣରେ ଓଡ଼ିଶା ଵ୍ରାହ୍ମଣ ମହାସଂଘ

ରାଇରଙ୍ଗପୁର-ପ୍ରବଳ ଗ୍ରୀଷ୍ମ ତାତି ।ତତଲା କଢେଇରେ ସିଝୁଛି ସମଗ୍ର ଓଡ଼ିଶା ।ଶୀତଳ ପବନ,ବର୍ଷା ପାଇଁ ଜୀବଜଗତ  ତ୍ରାହି  ତ୍ରାହି।ଗଣିଆ,ପୋଖରୀ ,ନଦୀ ନାଳ ସବୁ ଶୁଖିଲା । ପାଣି ପାଇଁ ଛଟପଟ ହେଉଛି ଜୀବଜଗତ । ଏଭଳି ସମୟରେ ଓଡ଼ିଶା ବ୍ରାହ୍ମଣ ମହାସଂଘ , ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ରାଇରଙ୍ଗପୁର ର ପ୍ରସିଦ୍ଧ ପୁରାତନ ରଘୁନାଥ ଜୀଉ ମଠ ପରିସରରେ ଏକ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ରୀତିନୀତି ଅନୁସାରେ ପୂଜକଙ୍କ ଦ୍ୱାରା ପୂଜନ‌ କରାଯାଇଥିଲା ।ଇନ୍ଦ୍ର ଦେବତା ଶାନ୍ତି ହୁଅନ୍ତୁ । ବର୍ଷା ହେଉ ।ଧରିତ୍ରୀ ଶୀତଳ‌ହେଉ ।ସମଗ୍ର ଜୀବଜଗତ ଜଳକ୍ଳିଷ୍ଟ ଓ ଉତ୍ତପ୍ତ ଗରମ ପବନରୁ ରକ୍ଷା ପାଆନ୍ତୁ ଏହାହିଁ ଏହି ରୁଦ୍ରାଭିଷେକର ଉଦେଶ୍ୟ ବୋଲି ସଭାପତି ଗଣେଶ ମିଶ୍ର ସୂଚନା ଦେଇଥିଲେ । ଏଥିରେ ଆଖପାଖ ଅଂଚଳର ବହୁ ସଦସ୍ଯ‌ ସାମିଲ ହୋଇ ବାବାଙ୍କର ଆଶୀର୍ବାଦ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁବାଷ ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ,,ଅର୍ଦ୍ଧେକ ଦୁଇ ଶେଖର ରଥ,ଅଳକା ରଥ,ସୁବାସିନୀ ନନ୍ଦ,ତରୁଣ ନନ୍ଦ,ଅମ୍ରିତା ନନ୍ଦ,,ଶିବାନୀ ମାନସ ମିଶ୍ର,ଲିଲି ଦାସ  ,ରିକୁନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.