ସ୍ବାସ୍ଥ୍ଯମେଳାକୁ କ୍ରୀଡା ମନ୍ତ୍ରୀ ଉଦଘାଟନ କଲେ

ଅସ୍ତରଙ୍ଗ, ୨୭/୪  : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ସୁରେନ୍ଦ୍ରନାଥ  ବିଦ୍ୟାପୀଠ  ପରିସରରେ ଆଜି ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ପକ୍ଷରୁ ବ୍ଲକସ୍ତରୀୟ ମେଗା ସ୍ବାସ୍ଥ୍ଯ ମେଳା  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା  ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ଅସ୍ତରଙ୍ଗ ବ୍ଲକ ଅତିରିକ୍ତ ବିଡିଓ ଯୋଗେନ୍ଦ୍ର ମହାକୁଡ଼, ପାଟଳଦା ସରପଂଚ ଯଶୋବନ୍ତ ନାୟକ, ସମିତି ସଭ୍ୟା ମନ୍ଦାକିନୀ ଛାଟୋଇ, ବ୍ଲକ ଅଧ୍ଯକ୍ଷା, ଉପାଧ୍ୟକ୍ଷ   ଥାନା ଅଧିକାରୀ ବାମଦେବ ନନ୍ଦ ଉପସ୍ଥିତ ଥିଲେ।କୋଭିଡ଼ି ସମୟରେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସ୍ୱାସ୍ଥ୍ୟ ସେବାର କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ବେହେରା ଉଚ୍ଚ ପ୍ରଶଂସା କରିଥିଲେ।କୋଭିଡ଼ି ପରିଚାଳନା କ୍ଷେତ୍ରରେ ଅସ୍ତରଙ୍ଗ ବ୍ଲକ ଜିଲ୍ଲା ସ୍ତରରେ  ପ୍ରଶଂସିତ ହୋଇଥିବା ସ୍ଵାଧୀନ ନାୟକ କହିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଅଧିକାରୀ ଡଃ ସଂଜୟ ପ୍ରଧାନଙ୍କ ତତ୍ବାବଧାନରେ ୧୨ଟି ସ୍ବାସ୍ଥ୍ଯଗତ ବିଭାଗକୁ ନେଇ ସମୁଦାୟ ୨୮ ଟି ଷ୍ଟଲ୍ ଆୟୋଜନ କରାଯାଇଥିଲା। ବିଭିନ୍ନ ପଂଚାୟତରୁ ସମୁଦାୟ ୧୩୮୦ ଜଣ ରୋଗୀ ସ୍ବାସ୍ଥ୍ଯ ମେଳାରେ ଭାଗ ନେଇ ଡ଼ାକ୍ତରମାନଙ୍କର ପରାମର୍ଶ କ୍ରମେ ମାଗଣାରେ ଔଷଧ ନେଇଥିଲେ। ସିଡିପିଓ ଅରୁଣା କରଙ୍କ ତତ୍ବାବଧାନରେ ୧୦୦ରୁ ଉର୍ଦ୍ଧ୍ବ ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ ୧୦୪ ଜଣ ଏବଂ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରୁ ସ୍ବାସ୍ଥ୍ଯ କର୍ମୀ ୮ ଜଣ , ଏ. ଏନ୍. ଏମ ପକ୍ଷରୁ ୧୪ ଜଣ ନିୟୋଜିତ ରହିଥିବା ବେଳେ ଅସ୍ଥି ଶଲ୍ୟ ବିଭାଗ ଡାକ୍ତର ପ୍ରଣବ ଶଙ୍କର ଦାସ, ସୁଦାମ ଚରଣ ମହାରଣା ଡିଡିଏମ ପୁରୀ,  ଡିପିଏମ  ଟି ନାରାୟଣ ରାଓ, ବିପିଏମ ଦେବାଶିଷ ମିଶ୍ର ,ବଡିଏମ  ଏମ୍ବ୍ରିସ ମହାରଣା,ଫାର୍ମାସିଷ୍ଟ  ଭାଗୀରଥି ଦାସ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.