ଧାମନଗର – ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନ ଆରଜିଏସ କାମ ଗୁଡିକ ସରକାରୀ ନିୟମକୁ ଖୋଲା ଖୋଲି ଉଲଘଂନ କରି ବେଆଇନ ଭାବେ ମେସିନରେ କାର୍ଯ୍ୟ କରିଚାଲିଛନ୍ତି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଜାଣି ଶୁଣି ନିରବ କାହିଁକି ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିନା ଆକ୍ସନପ୍ଲାନ ତରବରିଆ ଭାବେ ଜଙ୍ଗଲ ଏବଂ ଗୋଚର ଜମିରେ ଏନଆରଜିଏସ କାମ ମେସିନ ଦ୍ଵାରା ବିନାଦ୍ଵିଧାରେ ରାତିଦିନ ଵେଧଡକ ଚାଲିଛି ପୋଖରୀ ଖନନ କାର୍ଯ୍ୟ। ଏହି ବିଷୟରେ କୌଣସି ଖବର ବିଭାଗୀୟ ଅଫିସରଙ୍କ ନିକଟରେ ନାହିଁ ବୋଲି ମତାମତ ଦେଇଛନ୍ତି। କିନ୍ତୁ ସମସ୍ତ ଜେଇ ମାନେ ସେହିକାର୍ଯ୍ୟର ପରିଦର୍ଶନ କରିଥିବାର ପ୍ରମାଣ ଆମ ପାଖରେ ରହିଛି। ସରକାରୀ ନିୟମକୁ ଖୋଲା ଖୋଲି ଉଲଘଂନ କରି ମେସିନ ଦ୍ୱାରା କାର୍ଯ୍ୟ କରୁଛନ୍ତି। ହେଲେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଚୁପରହିଥିବାରୁ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଗୁରୁତର ସହିତ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବାପାଇଁ ଜନସାଧାରଣରେ ଦାଵି ହେଉଛି।