ବ୍ରହ୍ମଗିରି ବଜାର ସକାଳ ୯ ବାଜିଲେ ଶୁନଶାନ୍

ବ୍ରହ୍ମଗିରି,- ଗତ କିଛି ସପ୍ତାହ ହେବ ପ୍ରଚଣ୍ଡ  ଗ୍ରୀଷ୍ମ ପ୍ରବାହ ଯୋଗୁ ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଜନଜୀବନ ଅସ୍ତବେସ୍ଥ ହେଉଥିବା ବେଳେ ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ସାଢେ଼ ୧୦ଟା ପରେ ବ୍ରହ୍ମଗିରିର ପ୍ରତ୍ୟକ ଛକ ରାସ୍ତା ଘାଟ ଦୋକାନ ବଜାର ଶୁନଶାନ୍ ହୋଇପଡୁଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ଜଳାଶ୍ରୟ ଗୁଡ଼ିକ ସୁଖିଯାଉଥିବ ବେଳେ ବୁଲା ପଶୁପକ୍ଷୀ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି। ଟୋପାଏ ପାଣି ନପାଇ ଜଙ୍ଗଲି ଜୀବ ଜନବସତିକୁ ଚାଲିଆସୁଛନ୍ତି । ସାହାଜନପୁର ସାଲେପୁର ଚାପମାଣିକ ମୌଜାରେ ପାଣିବିନା ପ୍ରବଳ ମାତ୍ରାରେ ପଶୁପକ୍ଷୀ ହନ୍ତସନ୍ତ ହେଉଥିବା ଲୋକେ ଦେଖିବାକୁ ପାଇଲେଣି । ଗ୍ରୀଷ୍ମପ୍ରବାହ ଯେତିକି କଷ୍ଟହେଉଛି ଏହାକୁ ଆହୁରି ଦୁଇ ଗୁଣିତ କରୁଛି  ଅଘୋଷିତ ବିଦ୍ୟୁତ୍ କାଟ୍ । ରାତି ହଉ ଅବା ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁ ବ୍ରହ୍ମଗିରି ଅଞ୍ଚଳବାସି ତ୍ରାହି ତ୍ରାହି ଡାକୁଛନ୍ତି । ଗ୍ରୀଷ୍ମପ୍ରବାହରୁ ଜନଜୀବନ ଙ୍କୁ ସୁରକ୍ଷିତ ରଖିବାକୁ ଜିଲ୍ଲା ଏବଂ ବ୍ଲକ୍ ପ୍ରଶାସନ ନିହାତି ପଦକ୍ଷେପ ଗ୍ରହଣ କରିବା ଦରକାର । ବିଶେଷକରି  ବ୍ରହ୍ମଗିରିର ପ୍ରତି ଛକରେ ଜଳଛତ୍ର, ପଥଚାରିଙ୍କ ପାଇଁ ଆଶ୍ରୟସ୍ଥଳ, ପଶୁପକ୍ଷୀ ଙ୍କ ପାଇଁ ପାନୀୟଜଳ ବେବସ୍ଥା, ଅଚଳ ନଳକୂପ ମରାମତି ସହ ନାଳ ପୋଖରି ପୁନରୁଦ୍ଧାର କରିବାକୁ ଜନସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.