ବାଲିଆପାଳ – ଭାରତୀୟ ଜନତା ପାର୍ଟି ନେତୃତ୍ବରେ ବାଲିଆପାଳ ଥାନା ସମ୍ମୁଖରେ ଚାଲିଥିବା ଗଣଧାରଣାର ଦ୍ୱିତୀୟ ଦିନରେ ବାଲେଶ୍ୱର ଏମପି ପ୍ରତାପ ଷଡଙ୍ଗୀ ଧାରଣାରେ ବସିଥିଲେ। ବସ୍ତା ଏସ ଡିପି ଜଳନ୍ଧର ଜାଲି ଓ ,ବାଲିଆପାଳ ଆଇ ଆଇ ସି ପର୍ଶୁରାମ ସାହୁ ତିନି ଦିନ ମଧ୍ୟରେ ଆସାମୀକୁ ଗିରଫ କରିବାର ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖା ଯିବାର ନିଷ୍ପତି ନିଆଯିବା ପରେ ଏମପି ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଆନ୍ଦୋଳନ କାରି ଧାରଣାରୁ ଉଠିଥିଲେ ।ମାତ୍ର ତିନିଦିନ ମଧ୍ଯରେ ଫେରାର ଥିବା ଆସାମୀକୁ ପୋଲିସ ଧରିନପାରିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଦଳତରଫରୁ ଚେତାବନି ଦିଆଯାଇଛି।ପ୍ରକାଶ ଥାଉକି ଦୁଇ ବର୍ଷ ତଳେ ବାଲିଆପାଳ ଇଡ୍କୋ ଛକ ଢାବାରେ ନାବାଳକ ହତ୍ୟା ମାମଲାର ମୁଖ୍ୟ ଆସାମୀ ଶାବୁଦ୍ଦିନ ଶାହା ସେତେବେଳେ ଘଟଣାରୁ ମୁକୁଳିବା ପାଇଁ ଫେରାଇ ହୋଇ ସେତେବେଳେର ପୋଲିସକୁ ହାତ କରି ଜାମିନ ପାଇଯାଇଥିଲେ। ସେତେବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ଗତ ଏପ୍ରିଲ ୨୨ ତାରିଖରେ ବାଲିଆପାଳ ପଞ୍ଚାୟତର କଚୁଆପଡା ଗ୍ରାମର ଆଉ ଜଣେ ଯୁବକ ସେକ ରାଜତୁଲ୍ଲାକୁ ଘରୁ ଡାକିନେଇ ମିଥ୍ୟା ଆରୋପ ଲଗାଇନିସ୍ତୁକ ମାଡ ମାରି ଜୀବନରୁ ମାରିଦେବାର ଯୋଜନା କରି ମରଣାନ୍ତକ ଆକ୍ରମଣ କରିଥିଲା ।ରାଜତୁଲ୍ଲା ପରିବାର ପକ୍ଷରୁ ବାଲିଆପାଳ ଥାନାରେ ଏତଲା ଦେବା ପରେ ବାଲିଆପାଳ ପୋଲିସ ଶାବୁଦ୍ଦିନ ବିରୋଧ ରେ ୩୦୭ ଦଫାରେ ମାମଲା ରୁଜୁକରି ତାକୁ ଥାନାକୁ ଧରି ଆଣି ପୁଣି ସେହିଦିନ ବିଳମ୍ବିତ ରାତ୍ରୀରେ ଶାସକ ଦଳର ଚାପରେ ଛାଡିଦେଇ ଫେରାର କରାଇ ଦେବା କଥା ଏବେ ବାଲିଆପାଳ ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।ଶାବୁଦ୍ଦିନର ଆକ୍ରମଣରେ ଶିକାର ହୋଇଥିବା ରାଜତୁଲ୍ଲା ଏବେ କଟକ ବଡ଼ ହସ୍ପିଟାଲରେ ଚିକିତ୍ସାଧିନ ରହିଛି।ଘଟଣା ଘଟିବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଶାବୁଦ୍ଦିନ ଶାହାକୁ ପୋଲିସ ଗିରଫ କରିବାରେ ଅସମର୍ଥ। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଶାବୁଦ୍ଧିନକୁ ଜାଣି ଜାଣି ପୋଲିସ ଫେରାର କରାଇଦେଇ ସେ ଫେରାର ବୋଲି ପୋଲିସ ସଫେଇ ଦେଇ ନିଜର କାମ ସାରି ହାତ ବାନ୍ଧି ବସିଥିବା କଥା ବାଲିଆପାଳ ବୁଦ୍ଧିଜୀବି ମହଲରେ ଚର୍ଚା ଜୋର ଧରିଛି।