ଭଞ୍ଜନଗରରେ ଆଇନଜୀବୀ ଦିବସ ପାଳିତ

ଭଞ୍ଜନଗର:- ଜୀବନରେ ସାଲିସ୍ କରିବା ଶିଖି ନ ଥିଲେ ମଧୁ ବାବୁ। ନିଜ ପ୍ରଗାଢ ଯୁକ୍ତି ଆଗରେ ବିଚାରପତି ମାନଙ୍କୁ ତାଙ୍କ ସପକ୍ଷରେ ବିଚାର ଶୁଣାଇବା ପାଇଁ ଏକ ପ୍ରକାର ବାଧ୍ୟ କରିପକାଉ ଥିଲେ। ଆଜି ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଆଇନଜୀବୀ ପାଠାଗାର ଠାରେ ଆଇନଜୀବୀ ଦିବସ ପାଳିନ ଅବସରରେ ବିଶିଷ୍ଟ ବକ୍ତାମାନେ ଏହି ଦିବସର ତାତ୍ପର୍ଯ୍ୟ ସଂର୍ପକରେ ଆଲୋକପାତ କରିଥିଲେ। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ ଡ଼.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଉପସଭାପତି ଧୀରେନ୍ ସ୍ବାଇଁ,କାର୍ଯ୍ୟକାରୀ ସଦସ୍ୟା ସ୍ନିଗ୍ଧାରାଣୀ ଦାଶ,କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ ପ୍ରମୁଖ ମଞ୍ଚାସୀନ ରହିଥିଲେ। ସମ୍ପାଦକ ଅମରେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଲଡୁ କିଶୋର ଆଳତିଆ,ଗୋପାଳ ତ୍ରିପାଠି,ଶୁଭ୍ରାଂଶୁ ଶେଖର ସାହୁ,ଅରୁଣ କୁମାର ପାଢୀ,ବିଜୟ କୁମାର ଗୌଡଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଗତ ନିର୍ବାଚନରେ ଓକିଲ ସଂଘ ଓ ତାଙ୍କ ପରିବାରରୁ ନିର୍ବାଚିତ ହୋଇଥିବା ପ୍ରତିନିଧି ଉଢ୍ରା ସମିତିସଭ୍ୟ ସୁଧାଂଶୁ ପଲାଇ,କ୍ଷେତମୁଣ୍ଡଳୀ ସମିତିସଭ୍ୟ ନିଳାଞ୍ଚଳ ଖିଲାର,ଜଗନ୍ନାଥପ୍ରସାଦ ବ୍ଳକ୍ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ଗାୟଗଣ୍ଡା ସରପଞ୍ଚ ପଦ୍ମଜା ପାତ୍ର,ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଏବଂ ବ୍ରହ୍ମପୁର କରପୋରେଟର ମଳୟ କୁମାର ବିଷୋୟୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଆଇନଜୀବୀ ଅଶ୍ବିନୀ କୁମାର ପାଣିଗ୍ରାହୀ ଏହାକୁ ସଂଯୋଜନା କରିଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଏମ୍.ତାଜ୍ ଆଦେନୀ,ବିନୟ କୁମାର ରଥ,ପ୍ରଦ୍ୟୁମ୍ନ କୁମାର ନାୟକ, ସନ୍ତୋଷ ତିଆଡ଼ି,ଦଣ୍ଡପାଣି ସ୍ବାଇଁ,ରବିନ୍ଦ୍ର ନାଥ ଦାଶ,ଖରାଂଶୁ ଶେଖର ଦାଶ,ସମୀର ନାୟକ,ଅଳକା ମଞ୍ଜରୀ ପଟ୍ଟନାୟକ,ଅଳକା ମହାନ୍ତି,ମୋନାଲିସା ଗୌଡ,ଅପର୍ଣ୍ଣା ଗୌଡ,ଅଭାଗିନି ବିଷୋୟୀଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.