କେନ୍ଦ୍ରାପଡ଼ା (ନି. ପ୍ର )-“ଯାହାର କେହି ନଥାନ୍ତି ତା ପାଇଁ ଏ ସାରା ଦୁନିଆ ନିଜର ପାଲଟିଯାଏ.”ଏହି ବାକ୍ୟ ଟି ଶୁଣିବାକୁ ଯେତିକି ଭଲ ଲାଗେ, ଆଖିରେ ଦେଖିବାକୁ କିନ୍ତୁ ଟିକେ ନିଆରା ଲାଗେ.
ବନ୍ଧନ ରେ ବନ୍ଧା ଏ ଦୁନିଆ ର ରୀତିନୀତି ରେ କିନ୍ତୁ ଅନାଥ ଙ୍କୁ ନିଜର କୋଳ ଅଗଣାକୁ ସାଉଣ୍ଟି ଆଣି କୋଳେଇ କାଖେଇ ମଣିଷ କଲା ପରେ ବଡ଼ ହେବା ପରେ ହାତ କୁ ଦୁଇ ହାତ କରି ଛନ୍ଧି ଦେଇ ପୁଣି ଏକ ନୂଆ ବନ୍ଧନ ରେ ଛନ୍ଦିଦିଏ ଗରଦପୁର କୋରୁଆ ସ୍ଥିତ କମଳା ବେନ ଏମ ମେହେଟା କନ୍ୟାଶ୍ରମ ଓ ପଲ୍ଲିଶ୍ରୀ ମହିଳା ସମିତି.ଆଜି ମଧ୍ୟ ଦୁଇ ଅନାଥ ଝିଅ ଙ୍କୁ ନିଜ ଜୀବନ ସାଥି ସହ ଅତୁଟ ବନ୍ଧନ ରେ ବାନ୍ଧିଛି….
ହାତରେ ମେହେନ୍ଦି ପାଦରେ ଅଳତା, ଆଖିରେ ଅସୁମାରୀ ସ୍ବପ୍ନ ସୁସଜ୍ଜିତ ଚେହେରା ରେ ଶକୁନ୍ତଳା ଓ ଚଞ୍ଚଳା ଅପେକ୍ଷା କରିଛନ୍ତି ନିଜ ଜୀବନ ସାଥୀ, ବର ଭେଷରେ ଆସିବା ବାଟକୁ. ସେପଟେ ବର, ବରଯାତ୍ରୀ ଙ୍କୁ ନେଇ ଧୁମ ଧାମ ରେ ଆସୁଛି.
ତାପରେ ପୁଣି ବିବାହ ପର୍ବ,ବାଜିଲା ଶୁଭ ଶଙ୍ଖ, ବେଦି ଉପରେ ବର… ଆଞ୍ଜୁଳେ ଚାଉଳ ଧରି ଆସିଲା କନ୍ୟା, ଵିଧି ପୂର୍ବକ ଚାଲିଲା ବିବାହ.
ଭୋଜି ଭାତ ରେ ଉତ୍ସବ ମୁଖର ପରିବେଶ .
କୋରୂଆ କମଳବେନ ଏମ ମେହେଟା କନ୍ୟାଶ୍ରମ ରେ ଦୀର୍ଘଦିନ ହେବ ଅନ୍ତେବାସି ଥିବା ଦୁଇ ଝିଅ ଚଞ୍ଚଳା ଓ ଶକୁନ୍ତଳା ଙ୍କ ବିବାହ ଆୟୋଜିତ ସମୟର ଏହି କଥା. ଅନାଥ ଝିଅ ଚଞ୍ଚଳା ର ବିବାହ ପିଙ୍କିରାଳୀ ଗ୍ରାମ ର ଗୟାଧର ସହ ହୋଇଥିବା ବେଳେ ଶକୁନ୍ତଳା ର ବିବାହ ଇନ୍ଦିପୁର ଗ୍ରାମ ର ମନୋଜ ସହ ସମ୍ପର୍ଣ ହୋଇଥିଲା…. ସ୍ଥାନିୟ କାମେଶ୍ୱର ମହାଦେବ ଙ୍କ ପୀଠ ରେ କାମେଶ୍ୱର ଟ୍ରଷ୍ଟ ପକ୍ଷରୁ ବିବାହ ଆୟୋଜିତ ହୋଇଥିଲାର ମୁଖ୍ୟ ପରିଚାଳକ ଶ୍ରୀକାନ୍ତ ନାୟକ ଓ ସ୍ଥାନୀୟ ସମାଜସେବି ଦିଲୀପ ନାୟକ ନିଜ ଝିଅ ଭାବି ଚଞ୍ଚଳା ଓ ଶକୁନ୍ତଳା ଙ୍କ ବିବାହ କରାଇଥିଲେ. ପୁଅ ଘର ଲୋକ ମଧ୍ୟ କୌଣସି ଭେଦଭାବ, ଅସ୍ପୃଶ୍ୟତା ନରଖି ବିନା ଯୌତୁକରେ ଦୁଇ କନ୍ୟା ରତ୍ନ ଙ୍କୁ ଗୃହଲକ୍ଷ୍ମୀ ଭାବେ ଗ୍ରହଣ କରିନେଇଥାନ୍ତି.ଆଜିର ସମାଜରେ ଯେଉଁଠି ଯୌତୁକ ଜନିତ ବଧୂହତ୍ୟା, ପରକ୍ରିୟା, ଜାତିଆଣ ଭେଦଭାବ ଭଳି ପରିସ୍ଥିତି ବନ୍ଧନ ର ନିବିଡତା କୁ କଳୁଷିତ କରୁଛି, ସେହି ପରିପେକ୍ଷୀ ରେ ଏଭଳି ଏକ ଆଦର୍ଶ ବିବାହ ସମାଜ କୁ ଆଇନା ଦେଖାଇବା ଭଳି ମନେ ହୁଏ.
ବିବାହ ର ଉତ୍ସବ ମୁଖରିତ କୋଳାହଳ ମୟ ପରିବେଶ ଦେଖି ମନେହେଉଥିଲା ଯେପରି ଦୁଇ ଝିଅ ଙ୍କ ର କେହି ନଥାଇବି ସମସ୍ତେ ବନ୍ଧୁ, ବାନ୍ଧବ, ବାପା ମା ସାଜିଛନ୍ତି. ପୁଣି ଶାଶୁ ଘରେ ମଧ୍ୟ ପରିବାର ସଦସ୍ୟ ଙ୍କୁ ପାଇଁ ଦୁଇ ଝିଅ ଚଞ୍ଚଳା ଓ ଶକୁନ୍ତଳା ନିଜ ସମ୍ପର୍କୀୟ ଓ ଆତ୍ମୀୟ ସ୍ୱଜନ ଙ୍କୁ ଉପଲବ୍ଧି କରିପାରିବେ ବୋଲି ମନେ ହେଉଥିଲା.
ଅନାଥ ପିଲା ମାନେ ସମ୍ପର୍କର ରାହା ଖୋଜୁଥିବା ବେଳେ ସ୍ବେଛାସେବୀ ଙ୍କ ବଦାନ୍ୟତା ତାଙ୍କୁ ସହାୟତା ଯୋଗାଇଛି.
Prev Post