ଆସିକା:- ଦିନକୁ ଦିନ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ. ଯାତ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ମାନେ ପ୍ରବଳ ଖରାରେ ହନ୍ତସନ୍ତ ହେବା ସହିତ ଗୁଳୁଗୁଳିରେ ଅସହ୍ୟ ହୋଇପଡୁଛନ୍ତି. ତଥାପି ନିଜ ନିଜର କର୍ମ କରିବା ଏବଂ ଜୀବିକା ନିର୍ବାହ କରିବା ପାଇଁ ଉଦୁ ଉଦିଆ ଖରାରେ ବି କର୍ମସ୍ଥଳକୁ ଯାଇଥାନ୍ତି. ଏହି ଖରା ଦାଉରୁ ରକ୍ଷା ପାଇବା ପାଇଁ ଜଳର ପ୍ରମୁଖ ଆବଶ୍ୟକତା ରହିଛି. ଜଳକଷ୍ଟରୁ ମୁକ୍ତି ପାଇବା ପାଇଁ ଆସିକା ବିଜୁ ଜନତା ଦଳ ପକ୍ଷରୁ ବ୍ଲକର ବିଭିନ୍ନ ଛକ ସ୍ଥାନ ଗୁଡିକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି.ଦହି ଚଲ୍ଲା ପଣା ସାଙ୍ଗକୁ ବିଶୁଦ୍ଧ ଜଳର ବ୍ୟବସ୍ଥା କରି ବାଟୋଇ ମାନଙ୍କ ଶୋଷ ମେଣ୍ଟାଇବା ଲକ୍ଷ୍ୟରେ ଆସିକା ବିଜେଡି. ଉକ୍ତ ଜଣ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି. ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏଭଳି ବ୍ୟବସ୍ଥା ଯୋଗୁଁ ବାଟୋଇ ଓ ସ୍ଥାନୀୟ ଅଞ୍ଚଳ ବାସୀ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି. ଏହି ଅବସରରେ ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ,ବରିଷ୍ଠ ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ସମାଜସେବୀ ତଥା ବିଜେଡି ନେତା ଭଗବାନ ସାହୁ, ନଗର ବିଜେଡି ସଭାପତି ସତ୍ୟ ନାରାୟଣ ସ୍ୱାଇଁ,ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଅଭିମନ୍ୟୁ ନାହାକ, ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଅନିମା ପରିଡା,ବ୍ଲକ ଉପାଧ୍ୟକ୍ଷା ଅନିଲ କୁମାର ନାହାକ,ଅମୂଲ୍ୟ କୁମାର ପ୍ରଧାନ,ବ୍ଲକ ଯୁବ ସାଧାରଣ ସମ୍ପାଦକ ରାଜେଶ କୁମାର ଜେନା,ଯୁବଛାତ୍ର ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପ୍ରଧାନ,ଛାତ୍ର ବ୍ଲକ ସଭାପତି ବିମଲ ପ୍ରଧାନ,ଯୁବନେତା ମାନସ ରଞ୍ଜନ ଗୌଡ଼,ବାଳକୃଷ୍ଣ ଜେନା, ଶଙ୍କର ସେଠି, ହରିଡ଼ାପଦାର ସରପଞ୍ଚ ଜୟନ୍ତୀ ବେହେରା, ଭଗବାନ ପ୍ରଧାନ,ଶ୍ୱେତ ବସନ୍ତ ଲେଙ୍କା,ସମିତି ସଭ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ.