ଧାମନଗର – ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚାୟତ ଅଧିନରେ ଥିବା ବାରୁଣୀ ଚନ୍ଦ୍ର ସରକାରୀ ଉ:ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା କୁମାରୀ ପାଢ଼ୀ ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଶନିବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟିର ସଭାପତି ଜୟିରାମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ତଥା କାମଚଳା ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା, ଶିକ୍ଷକ ବିଷ୍ଣୁ ଚରଣ ବେହେରା,ସ୍ୱର୍ଣ୍ଣପ୍ରଭା ଯେନା,ଗୌରୀବାଳାପତି, ହିମାଂଶୁ ଶେଖର ମିଶ୍ର ଓ ଅଜୟ କୁମାର ପଣ୍ଡା,ପୂର୍ବତନ ପରିଚାଳନା କମିଟିର ଦୁଇ ଜଣ ସଭାପତି ପ୍ରଫୁଲ୍ଲ କୁମାର ଯେନା, ଗୋପୀନାଥ ନାୟକ ପ୍ରମୁଖ ଯୋଗ ଦେଇ ଆମ ଅଞ୍ଚଳର ଜଣେ ଆଦର୍ଶ ଓ ସୁନାମଧନ୍ୟା ଶିକ୍ଷୟିତ୍ରୀ ଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ପ୍ରଦାନ କରୁଥିଲେ ବୋଲି ବକ୍ତା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ପାଢ଼ୀଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ୱାରା ଅବସରକାଳୀନ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଶିଷ୍ଟ ସମାଜସେବୀ ତଥା ବିବିସିସି ବ୍ୟାଙ୍କ ପୂର୍ବତନ ସଭାପତି ରଘୁନାଥ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।