ବୁଗୁଡା- ଗଞ୍ଜାମ ଜିଲ୍ଲା ବୁଗୁଡା ଶହର ମଧ୍ୟରେ ଥିବା ହରିଶରଣ ପୁର ବିରଧନଞ୍ଜୟ ପୁର ,କୁଷ୍ଣଶରଣ ପୁର ୩ ଗୋଟି ଗାଁର ଲୋକେ ପୁରୁଣା ବନ୍ଧ ପୋଖରି ରେ ବ୍ୟବହାର କରିଆସୁଥିଲେ ା ଏହି ପୋଖରି ୩୦୦ବର୍ଷ ତଳର ପୁରୁଣା ଏହି ପୋଖରି ଟି ପ୍ରାୟତଃ ୨୫୦ ବର୍ଷ ପର୍ଯ୍ଯନ୍ତ ତିନି ଗାଁର ଲୋକେ ବ୍ୟବହାର କରିଥିଲେ କାଳକ୍ରମେ ପୋଖରିଟି ଆଜକୁ 50ବର୍ଷ ହେବ ପଙ୍କ ଏବଂ ଦଳରେ ପୋତି ହୋଇ ତାର ପରିଚୟ ହଜିଯାଇଛି ାହେଲେ ଆଜି ବି ସେହି ପୋଖରି ତାର ଅସଲି ପରିଚୟ ପାଇପାରୁ ନାହିଁ ଏମିତିକି ୫୦ବର୍ଷ ମଧ୍ୟରେ କେତେ ଯେ ନିର୍ବାଚନ ହୋଇଛି ା ନିର୍ବାଚନ ପୁର୍ବରୁ କେତେ ଯେ ନେତା ଆସି ପୋଖରି ପୁନରୁଧାର କରିବା ପାଇଁ ଦେଖି ଯାଇଛନ୍ତି ହେଲେ ନିର୍ବାଚନ ସରିବା ପରେ ଆଉ କାହାର ଦେଖା ନଥାଏ ା ଯାହାକି ଆଜି ଯାଏଁ ପୋଖରି ଟି ଦଳ ଭର୍ତି ହୋଇ ଅରଣ୍ଯ ପାଲଟି ଯାଇଛି ା ଗ୍ରାମାଞ୍ଚଳ ଓ ଶହରାଞ୍ଚଳ ରେ ରହିଥିବା ପୋଖରୀ ମାନଙ୍କ ପୁନରୁଧାର କରାଯାଉଛି ତ ଆଉ କେଉଁଠି ପୋଖରିରୁ ପଙ୍କ ଉଧାର କରାଯାଉଛି , ଏମିତି କି ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ନୁତନ ପୋଖରି ନିର୍ମାଣ କରାଯାଉଛି ା ପୋଖରିର ସୌନ୍ଦର୍ଯ୍ଯ ବଢିବା ପାଇଁ ପୋଖରି ହିଡ ରେ ବିଭିନ୍ନ ରଙ୍ଗର ଫୁଲ ଗଛ ସାଙ୍ଗକୁ ଆଲୋକି କରଣ ମଧ୍ୟ କରାଯାଇଥିବା ଦେଖିବାକୁ ମିଳୁଛି ା ହେଲେ ବୁଗୁଡା ଶହର ର ପ୍ରଶାଷନିକ ଆଖିଆଗରେ ରହିଥିବା ଏହି ପୁରୁଣା ବନ୍ଧ ପୋଖରି ଟି ଦିର୍ଘ 50ବର୍ଷଧରି ପଡି ରହିଥିଲେ ମଧ୍ୟ ଲୋକଙ୍କ ବ୍ୟବହାର ରେ ଲାଗିପାରୁନି ା ସତେ ଯେପରି ପୋଖରିର ପୁନରୁଧାର କରିବା କଥାପ୍ରଶାଷନ ଙ୍କ କାଗଜ କଲମରେ ହିଁ ସିମିତ ରହିଯାଇଛି ା ଗ୍ରାମବାସୀ ବାରମ୍ବାର ପ୍ରଶାଷନ ନିକଟରେଗୁହାରି କରିବା ସହିତ ପତ୍ରପତ୍ରିକାରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏଥି ପ୍ରତି ପ୍ରଶାଷନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି