ଦିଲ୍ଲୀ ର ପ୍ରତିଟି ଓଡ଼ିଆ ଙ୍କ ପ୍ରିୟ ସ୍ବର୍ଗତ ପ୍ରେମାନନ୍ଦ ସ୍ୱାଇଁ ଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୁତି ଚାରଣ ସଭା

ନୂଆଦିଲ୍ଲୀ. (ଲଷ୍ମୀନାରାୟଣ ବେବର୍ତ୍ତା )ଜଗତସିଂହପୁରଜିଲ୍ଲା ନାଉଗାଁ ବ୍ଲକ ଅଧିନସ୍ତ ଗୋଠଦା ଗ୍ରାମ ର ମୂଳ ବାସିନ୍ଦା ତଥା ଦୀର୍ଘ ଚାଳସି ବର୍ଷ ରୁ ଉର୍ଦ୍ଧ ସମୟ ଧରି ଦକ୍ଷିଣ ଦିଲ୍ଲୀ ରେ  ବସବାସ କରି  ଆସୁଥିବା ଏବଂ ଦକ୍ଷିଣ ଦିଲ୍ଲୀର ସାହାପୁରଜlଠ ଇଲାକା ରେ ପ୍ରଥମ ଓଡ଼ିଆ ପ୍ରିଣ୍ଟଙ୍ଗ ପ୍ରେସ୍ର “ଶ୍ରୀ ଜଗନ୍ନାଥ ପ୍ରିଣ୍ଟିଂଗ ପ୍ରେସ”ସ୍ଥାପନା କରି ଏଥିରେ ଓଡ଼ିଆ ମାନଙ୍କ  ବିଭିନ୍ନ ପୂଜାପାର୍ବଣ, ବାହାଘର ଓ ଅନ୍ୟlନ୍ୟ ଉତ୍ସବ ର ନିମନ୍ତ୍ରଣ ପତ୍ର, ସ୍ମରଣିକା , ବିଲବୂକ  ଛପାଇ ପ୍ରତିଟି ଓଡ଼ିଆ ଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ  ଦିଲ୍ଲୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଥିବା ସ୍ବର୍ଗତ ପ୍ରେମାନନ୍ଦ ସ୍ୱାଇଁ ଗତବର୍ଷ ମହାମାରୀ କରୋନା ରେ ଅକାଳ ବିୟୋଗ ଘଟିଥିବା ବେଳେ ଗତକାଲି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ଏହି ପରିପ୍ରେକ୍ଷୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ଭଜନ, ପ୍ରାର୍ଥନା ଓ ସ୍ମୁତିଚରଣ ସଭା ସ୍ଥାନୀୟ ତ୍ୟାଗରାଜନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସୁଭଦ୍ରା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି.ସ୍ବର୍ଗତ ସ୍ୱାଇଁ ଙ୍କ ଏକ ମାତ୍ର ପୁତ୍ର ସମୀର କୁମାର ସ୍ୱାଇଁ ଙ୍କ ଦ୍ୱାରା  ଆହୁତ ଏବଂ ଉତ୍କଳ ଦୁର୍ଗା ପୂଜା କମିଟି ର ସକ୍ରିୟ କର୍ମକର୍ତ୍ତା କୃପାସିନ୍ଧୁ ପ୍ରଧାନ ଓ ସମେରେନ୍ଦ୍ର ନାୟକ ଙ୍କ ସଂଯୋଜନା ରେ ପୂର୍ବାହ୍ନ ଆୟୋଜିତ ଏହି ସଭାରେ ସ୍ବର୍ଗତ ସ୍ୱାଇଁ ଙ୍କୁ ଆନ୍ତରିକ ଭଲପାଇ ଆସୁଥିବା ତିନିଶହ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଏଥିରେ ଯୋଗ ଦେଇଥିବା ଦେଖାଦେଇଥିଲା. ପ୍ରାରମ୍ଭରେ ଆଗନ୍ତୁକ ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ସ୍ବର୍ଗତ ସ୍ୱାଇଁ ଙ୍କ ତୈଳଚିତ୍ର ରେ ପୁଷ୍ପର୍ଘ୍ୟ ଅର୍ପଣ କରି ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଏହି ଅବସରରେ ସନ୍ତୋଷ ରାଉତ ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା.ଦିଲ୍ଲୀ ଶ୍ରୀ ଅଭିରାମ ସତସଙ୍ଗ ଓ ସାଂସ୍କୃତିକ ସମାଜ ର ସମ୍ପାଦକ ଜୟରାମ ସାମଲ ଆୟୋଜିତ ସଭାରେ ଯୋଗ ଦେଇ ସ୍ବର୍ଗତ ସ୍ୱାଇଁ ଙ୍କୁ ଶ୍ରଦ୍ଧାସୁମନ  ଅର୍ପଣ କରି ନିଜ ର ସାନଭାଇ ଭାବେ ତାଙ୍କୁ ଦର୍ଶାଇ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରି କହିଥିଲେ  ଦିଲ୍ଲୀ ରେ ପ୍ରଥମ ଓଡ଼ିଆ ପ୍ରିଣ୍ଟିଂଗ ପ୍ରେସ କରି ଓଡ଼ିଆ ଭାଷା ରେ  ବିଭିନ୍ନ ନିମନ୍ତ୍ରଣ ପତ୍ର, ବିଲବୂକ, ବିଭିନ୍ନ ମେଗାଜ଼ୀନ ଛପି ଓଡ଼ିଆ ଭାଷା ର ପ୍ରଚାର ଦିଗରେ ତାଙ୍କର ଯେଉଁ ଉଦ୍ୟମ ଥିଲା ତାହା ବେ୍ସ ପ୍ରଶଂସନୀୟ.  ସେ ଜଣେ ସଛୋଟ, ନିଷ୍କପଟ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତ ଥିଲେ. ନିଜର ସରଳ ଓ ମେଳାପି ଗୁଣ ଯୋଗୁ ଦିଲ୍ଲୀ ର ପ୍ରତିଟି ଓଡ଼ିଆ ତାଙ୍କୁ ଆନ୍ତରିକ ଭଲ ପାଉଥିଲେ. ତାଙ୍କର ଆତ୍ମl ର ସଦଗତି ହେବା ସହ ଠାକୁର ତାଙ୍କ ପରିବାର କୁ ଶକ୍ତି, ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି କହିଥିଲେ. ସେହିଭଳି ସଭା ରେ ସଭା ରେ ଯୋଗଦେଇଥିବା ଶ୍ରୀ ନୀଳାଚଳ ସେବାସଙ୍ଘ ତଥା ସ୍ଥାନୀୟ ହାଉଜଖାସ ଶ୍ରୀ ଜଗନ୍ନାଥ ମନ୍ଦିର ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ କହିଥିଲେ ସ୍ବର୍ଗତ ସ୍ୱାଇଁ ନିଜର ବୃତ୍ତିଗତ ବ୍ୟବସାୟ ସହ ଦିଲ୍ଲୀ ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ଓ ଧାର୍ମିକ ଅନୁଷ୍ଠାନ ସହ ନିଜକୁ ଜଡିତ ରଖୁଥିଲେ. ଦିଲ୍ଲୀ ରେ ଅନୁଷ୍ଠିତ ପ୍ରଥମ ଭାଗବତ ସନ୍ଧ୍ୟା ଆୟୋଜନ ର ମୁଖ୍ୟ ଥିଲେ.ଆମ ଗହଣରେ ସେ ଆଜି ନାହାନ୍ତି ସତ କିନ୍ତୁ ତାଙ୍କର ଆଦର୍ଶ, ଆଚରଣ, ତାଙ୍କ ଉପକାର, ବ୍ୟବହାର ସବୁବେଳପାଇଁ ଆମ୍ଭମାନଙ୍କୁସ୍ମରଣୀୟ ହୋଇରହିବ. ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଳ୍ପନା ନାୟକ  ପ୍ରତିଟି ଓଡ଼ିଆ ଙ୍କ ପ୍ରିୟ ସ୍ବର୍ଗତ ସ୍ୱାଇଁ ପ୍ରେସ କୁ ଦିଅଯାଉଥିବା କାମ ଗୁଡିକୁ କିଭଳି ନିର୍ଦ୍ଧିଷ୍ଟ ସମୟରେ ସଠିକ ଭାବେ କରି ଲୋକଙ୍କ ପ୍ରିୟଭାଜନ ହେଉଥିଲେ ସେ ସମ୍ପର୍କ ରେ ମତବ୍ୟକ୍ତ କରି ନିଜର ଉଚିତ ପ୍ରାପ୍ୟ କୁ ମାଗିବା ଦିଗରେ କାହାକୁ ସେ ଜୋର ଦେଉନଥିଲେ. ନିଜେ ପ୍ରତିଟି କଳ ଧୋର୍ଯ୍ୟ ର ସହ  କରିବା ସହ ଅନ୍ୟ ସମସ୍ତ ଙ୍କୁ ଧୋର୍ଯ୍ୟ ଦେଉଥିବା ମଣିଷ ସ୍ବର୍ଗତ ସ୍ୱାଇଁ ବାବୁ ଆମ୍ଭମାନଙ୍କୁ ଆଜି ଛାଡି ଚାଲି ଯାଇଥିଲେ  ମଧ୍ୟ ତାଙ୍କର ସାହାଯ୍ୟ, ସହଯୋଗ ଓ ମଧୁର ବ୍ୟବହାର ସବୁବେଳ ପାଇଁ ଆମ୍ଭ ମାନଙ୍କୁ  ସଦାସର୍ବଦା ମନେରହିବ ବୋଲି ଶେଷରେ କହିଥିଲେ.ବରଷ୍ଠ ସାମ୍ବାଦିକ ଲଷ୍ମୀନାରାୟଣ ବେବର୍ତ୍ତା କହିଥିଲେ ସ୍ବର୍ଗତ ସ୍ୱାଇଁ ଥିଲେ ଜଣେ ବନ୍ଧୁପ୍ରେମୀ, ଓଡ଼ିଆପ୍ରେମୀ, ପରୋପକାରୀ ବ୍ୟକ୍ତି.ଓଡ଼ିଆ ମାନଙ୍କ ପ୍ରତି ତାଙ୍କର ଏତେଟା ଭଲ ପାଇବା ଥିଲା ଯେ ଦିଲ୍ଲୀ ରେ ସମସ୍ତ ସଂଗଠନମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ପ୍ରତି ଉତ୍ସବ ରେ  ବିଳମ୍ବ ରେ ହେଉ ପଛେ ସ୍ୱଳ୍ପ ସମୟ ପାଇଁ ହେଉ ସେ ଯାଇ ଉପସ୍ଥିତ ରହିବା ସହ ସେମାନଙ୍କୁ  ସାହାଯ୍ୟ ସହଯୋଗ ଓ ଉତ୍ସାହ ପ୍ରଦାନ କରୁଥିଲେ. ତାଙ୍କ ଭଲ ପାଇବା ଗୁଣ ଯୋଗୁ  ପ୍ରତିଟି ଓଡ଼ିଆ ଙ୍କ ହୃଦୟ ରେ ସେ ସ୍ଥାନ ପାଇଥିଲେ.ଯାହା ଆଜି ତାଙ୍କର ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ଓଡ଼ିଆ ଙ୍କ ମଧ୍ୟରେ ଦେଖା ଦେଇଛି.ତ୍ୟାଗରଜନଗର  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ଉପସଭାପତି ଡି.ଏନ ସାହୁ ମନ୍ଦିର ବିଭିନ୍ନ ପର୍ବପର୍ବାଣୀ ରେ  ସ୍ୱର୍ଗତ ସ୍ୱାଇଁ କିଭଳି ଙ୍କ ସକ୍ରିୟ ସହଯୋଗ କରି ଆସିଛନ୍ତି ସେ ସମ୍ପର୍କ ରେ ମତ ବ୍ୟକ୍ତ କରିଥିଲେ. ଆୟୋଜିତ ସଭା କୁ ସଂଚାଳନ କରି ଆସିଥିବା ପ୍ରଗତିଶୀଳ ଓଡ଼ିଆ ବୁଦ୍ଧିଜୀବୀ ସଂଗଠନ ର ଅଧକ୍ଷ ଦେବେନ୍ଦ୍ର ରାଉତ କହିଥିଲେ ସ୍ବର୍ଗତ ସ୍ୱାଇଁ ପ୍ରାରମ୍ଭରୁ ଜୀବନ ର ଶେଷ ସମୟ ଯାଏ ଦା ଇଣ୍ଟେଲେକ୍ଟ ସହ  ଜଡିତ ଥିଲେ ଭାଗବତ ସନ୍ଧ୍ୟା ହେଉ, ପଖାଳ ଦିବସ ହେଉ କିମ୍ବା ଇଣ୍ଟେଲେକ୍ଟ ର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉ ସେ ଅଂଶ ଗ୍ରହଣକରି ଆମ୍ଭମାନଙ୍କୁ ଉତ୍ସାହିତ କରୁଥିଲେ, ଅତିଶୀଘ୍ର ତାଙ୍କ ସ୍ମରଣ ପାଇଁ ଏକ ସ୍ମରଣିକା ପ୍ରକାଶ ପାଇଁ ପ୍ରସ୍ତାବ ରଖିଥିଲେ.ତାଙ୍କର ପ୍ରେରଣା, ତାଙ୍କର ଆଦର୍ଶ ତାଙ୍କର ଚିନ୍ତାଧାରା ଆମ୍ଭ ମାନଙ୍କୁ ସଦା ସର୍ବଦା ଦିଗଦର୍ଶନଦେବ କହିଥିଲେ. ବିଜୟିନୀ ପ୍ରଥୀଷ୍ଠାନ ର ଅଧକ୍ଷା ରିତା ପାତ୍ର ତାଙ୍କ ଦ୍ୱାରା ପ୍ରଥିଷ୍ଠିତ ପ୍ରିଣ୍ଟିଂଗ ପ୍ରେସ କୁ ତାଙ୍କ ଅବର୍ତ୍ତମାନ(ଅନୁପସ୍ଥିତି )ରେ  କିଭଳି ଆମେ ସମସ୍ତେ ସହଯୋଗ କରିବାଏବଂ ପୂର୍ବଭଳି  କାର୍ଯ୍ୟକ୍ଷମ କରାଯାଇ ପାରିବ  ସେଥିନେଇ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ. ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ର ସମ୍ପାଦକ ମୀନକେତନ ମିଶ୍ର କହିଥିଲେ ଗର୍ବ ଅହଂକାର ଶୂନ୍ୟ ମଣିଷ ସ୍ବର୍ଗତ ସ୍ୱାଇଁ ନିଜର ସରଳ ଓ ଅମାୟିକ ବ୍ୟବହାର ଯୋଗୁ ଆଜି ଆମ ଗହଣ ରୁ ଚାଲିଯାଇଥିଲେ  ମଧ୍ୟ ପ୍ରବାସୀ ଓଡ଼ିଆ ମାନେ ତାଙ୍କ ସ୍ନେହ, ତାଙ୍କ ଉପକାର ଓ କର୍ଯ୍ୟଶୈଳୀ କୁ ଭୁଲି ପାରିବେ ନାହିଁ.ଦିଲ୍ଲୀ ଏନ. ସି. ଆର.ର ପ୍ରତି ସଂଗଠନ ର କର୍ମକର୍ତ୍ତା ତାଙ୍କୁ ବ୍ୟକ୍ତିଗତ ଭାବେ  ପରିଚିତଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ପ୍ରଶାସକ ସନ୍ଦୀପ ନାୟକ,ଅବସରପ୍ରାପ୍ତ  ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଲେଖିକା ଡା ଅନିତା ପଣ୍ଡା, ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ର ସଭାପତି ତଥା ଆଇନଜୀବୀ ବିଜୟ କୁମାର ସାମଲ, ତlରେଜମିନ ପ୍ରଥୀଷ୍ଠାନର ଅଧକ୍ଷ ବିଶି କେସନ ସ,ଯୁବ ଠିକାଦାର ଏମ. ଏସ. ଜମାନ.  ଶ୍ରୀ ନୀଳାଚଳ ସେବା ସଙ୍ଘ ର ସଦସ୍ୟ ଅଭିରାମ ସୁତାର, ଶ୍ରୀ ଜଗନ୍ନାଥ ମନ୍ଦିର ତଥା ଶ୍ରୀ ନୀଳାଚଳ ସେବାସଙ୍ଘ ର ସଦସ୍ୟ  ଅଶୋକ ପ୍ରଧାନ, ରଙ୍କନିଧି  ସାହୁ, ଦିଲ୍ଲୀପ ସ୍ୱାଇଁ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରି ଙ୍କ ଆଶ୍ରିତ ନିର୍ମଳ ଧଳ, ଦିଲ୍ଲୀ ଶୀତଳ ଷଷ୍ଠି କମିଟି ର ଡ.ପ୍ରକାଶ ଷଡ଼ଙ୍ଗୀ,କଳିଙ୍ଗ ଭାରତୀ ପ୍ରଥିଷ୍ଠାନ (ଗୁଡ଼ୁଗାଁ )ର ବିଷ୍ଣୁପ୍ରିୟା ସାହୁ, ସୁବ୍ରତ ସାମଲ (ବାବୁଲି )ସ୍ବର୍ଗତ ସ୍ୱାଇଁ ଙ୍କ ପୁତ୍ରବୋଧୁ  ଗିରିଜା ଦାସ (ସ୍ୱାଇଁ )ତାଙ୍କ ସହ କାମ କରି ଆସୁଥିବା ଲିଟୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ. ଶେଷରେ ଆୟୋଜକ ଙ୍କ ଦ୍ୱାରା ପ୍ରସାଦ ସେବନ ରେ ସମସ୍ତ ଙ୍କୁ ଅlପ୍ୟlୟତ କରାଯାଇଥିଲା.

Leave A Reply

Your email address will not be published.