ଜଳେଶ୍ବର,(ନି.ପ୍ର-ଜଳେଶ୍ବର ଷ୍ଟେସନ ପରିସରରେ” ଓନ ଷ୍ଟେସନ, ଓନ ପ୍ରଡକ୍ଟ” ଯୋଜନା ଅନୁଯାୟୀ ଏକ ନଡ଼ିଆ କତା କାରିଗରୀ ନିର୍ମିତ ପଦାର୍ଥ ଓ ଘରୋଇ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଷ୍ଟଲ ସତ୍ୟଭାମା କୟର ପ୍ରଡକ୍ଟସକୁ ଏକ ନମ୍ବର ପ୍ଲାଟଫର୍ମରେ ଆଜି ପୂର୍ବାହ୍ନରେ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ ଜଳେଶ୍ବର ରେଳ ଇଉଜର୍ସ କମିଟି ସଭାପତି ସୁକୁମାର ରଣା, ଦିଗମ୍ବରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନସ ର ପ୍ରଶିକ୍ଷକ ମାନସ ମାଇତି, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ନାଥ ସେନାପତି, ଅର୍ଜୁନ କୁମାର ସିଂହ ଓ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ପ୍ରୋପାଇଟର କେଦାରନାଥ ପରିଡା ଓ ସହଯୋଗୀ ଜୟନ୍ତ ପରିଡ଼ା, ନିର୍ମଳ ପାଳ ପ୍ରମୁଖ ଏହି ଯୋଜନାର ଆଭିମୁଖ୍ୟ ଓ ବିଭିନ୍ନ କତାଶିଳ୍ପର ଚାହିଦା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ କମରର୍ସିଆଲ ସୁପରଭାଇଜର କମଳ ଲୋଚନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।