ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡ଼ଭେଳି ଗ୍ରାମର ସୁଭମ ତାଣ୍ଡି ଯିଏ କି ଛୋଟ ବୟସରେ ମଧ୍ୟ ନିଜ ପାଇଁ ଏକ ସମାଜସେବୀର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ଗରିବ ନିରୀହ ପରିବାର ନିଃସହାୟ ଲୋକଙ୍କ ସାହାରା ସାଜି ଯାହା ମଧ୍ୟ ସମସ୍ୟ ରହିଛି। ସେହି ସମସ୍ତ ସମସ୍ୟାକୁ ବା ଲୋକଙ୍କ ଅଭିଯୋଗ କୁ ଟୁଇଟ ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟିକୁ ନେବା ସହ ତାହା କେମିତି ସମାଧାନ ହେବ ସେଥି ପ୍ରତି ଲାଗି ପଡନ୍ତି। ତାଙ୍କ କହିବା ଅନୁଯାୟୀ ସେ ଛୋଟ ବେଳୁ ହିଁ ଅନ୍ୟର ଦୁଃଖରେ ସୁଖରେ ସାମିଲ ହେବା ସହ ଗରିବ ଲୋକମାନଙ୍କ ଏକ ସାହାରା ପାଲଟିଛନ୍ତି। ଶ୍ରୀ ତାଣ୍ଡି ଆଜକୁ ଅନେକ ବର୍ଷ ହେବ ସେ ଲୋକଙ୍କ ସମସ୍ୟ ଜାଣିବା ପରେ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନ କୁ ଜଣାଇବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଯାହା ଫଳରେ ଲୋକଙ୍କ ବା ଅଞ୍ଚଳରେ ଯାହା ସବୁ ସମସ୍ୟ ଲାଗି ରହେ ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରିବା ପାଇଁ ପ୍ରୟାସ କରୁଥିବା ଜଣାପଡେ଼ ।ସେ ଆଜକୁ ୧୫ରୁ କୋଡ଼ିଏ ଟୁଇଟ କରି ରହିଥିବା ସମସ୍ୟକୁ ସମାଧାନ କରିଥିବା ଜଣାପଡ଼ିଛି। ଆଗରୁ ମଧ୍ୟ ସେ ଅନେକ ସଂସ୍ଥା ମାନଙ୍କରେ ରହି ଗରିବ ଛୋଟ ଛୋଟ ଛୁଆ ମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି। ସେହି ପ୍ରୟାସ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।