ସରପଞ୍ଚଙ୍କ ଦ୍ଵାରା ଜଳଛତ୍ର ଉଦଘାଟିତ

ବ୍ରହ୍ମଗିରି :- ଗତକାଲି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍, ସୁନାମୁହିଁ ଛକଠାରେ, ଭୂବନପୁର ଗ୍ରାମପଞ୍ଚାୟତ ପକ୍ଷରୁ ଜଳଛତ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜନସାଧାରଣ ତାତିରେ ଆଉଟ ପାଉଟ ହେଉଛନ୍ତି । ତେବେ ଏ ଦିଗରେ ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନିର୍ଦ୍ଧେସ କ୍ରମେ, ଆଜି ସରପଞ୍ଚ, ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପ୍ରଧାନ, ଏବଂ ଅଣସରପଞ୍ଚ, ତ୍ରିନାଥ କୁମାର ପଲାଇ, ପଞ୍ଚାୟତ ଗୃହରୁ  ବାହାରି ଦଳୀୟ କର୍ମକର୍ତ୍ତାଙ୍କୁ ସାଥିରେ ଧରି, ଜଳଛତ୍ର କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ବରିଷ୍ଠ ବିଜେପି ଯୁବନେତା, ବିରକିଶୋର ବେହେରା, ମିଟୁ ପଲାଇ, ସିଦ୍ଧେଶୋର ପଲାଇ, ଉମାକାନ୍ତ ମହାନ୍ତି, ଗୁନ ପଲାଇ, ସୋସିଆଲମିଡିଆ ର କର୍ମକର୍ତ୍ତା ମାନଙ୍କ ସମେତ, ବହୁ ବୁଦ୍ଧିଜୀବି ନେତୃବୃନ୍ଦ ଯୋଗଦେଇଥିଲେ । ଏହି ରାସ୍ତା  ଦେଇ ପୁରୀରୁ ସାତପଡ଼ା ଯାଉଥିବା ପର୍ଯ୍ୟଟକ ହୁଅନ୍ତୁ କିମ୍ବା କଲେଜ ଛାତ୍ରଛାତ୍ରୀ ଶୋଷରେ ଯେମିତି କେହି ଆଉଟ ପାଉଟ ନ ହୁଅନ୍ତୁ ଭାବି, ଟଙ୍କ ତୋରାଣି ବାଣ୍ଟି  ସରପଞ୍ଚ, ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ ବ୍ରହ୍ମଗିରିର ୨୫ଟି ପଞ୍ଚାୟତ ପାଇଁ ଉଦାହରଣ ସାଜିଛନ୍ତି ।

Leave A Reply

Your email address will not be published.