ପାଞ୍ଚଶହ ଖଣ୍ଡା ଭୂୟାଁ ସମାଜ ପକ୍ଷରୁ ବିପ୍ଲବୀ ଧରଣୀଧରଙ୍କ ଜୟନ୍ତୀ ପାଳନ

ଲହୁଣୀପଡ଼।:- ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ କୋଇଡ଼ାରେ ଥିବା ନୂତନ ଷ୍ଟାଡିୟମ ନିକଟ କଲ୍ୟାଣ ମଣ୍ଡପରେ ପାଞ୍ଚଶହ ଖଣ୍ଡା ଭୂୟାଁ ସମାଜ ପକ୍ଷରୁ ବିପ୍ଲବୀ ଧରଣୀଧର ନାଏକଙ୍କ ୧୫୮ତମ ଜନ୍ମ ବାର୍ଷିକ ପାଳନ କରାଯାଇଛି। ପ୍ରଥମେ କୋଇଡ଼ାସ୍ଥିତ ବାବା ଲଙ୍ଗଳେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନୂତନ ଖେଳପଡ଼ିଆ ଆୟୋଜନ କରାଯାଇଥିବା ସମାବେଶ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରଥମେ କୋଇଡ଼ା ଖଣି ଉପ ନିର୍ଦେଶକ ଲକ୍ଷ୍ମୀଧର ନାୟକଙ୍କ ଦ୍ଵାରା ବିପ୍ଲବୀ ଧରାଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସେଠାରେ ନୂତନ ଖେଳ ପଡିଆକୁ ବିପ୍ଲବୀ ବୀର ଧରାଣୀଧର ନାମରେ ନାମିତ କରାଯାଇଥିଲା। ପରେ ପରେ ପୂର୍ବତନ ବଣାଇ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ କୋଇଡ଼ା ଖଣି ଉପ ନିର୍ଦ୍ଦେଶକ ଲକ୍ଷ୍ମୀଧର ନାୟକ,କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ,ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ,ବଣାଇ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, କୋଇଡ଼ା(ଖ) ଜିଲ୍ଲା ପରିଷଦ ଅଶୋକ କୁମାର ନାଏକ, କୋଇଡ଼ା ସରପଞ୍ଚ ହୁର୍ଷିକେଶ ଦେହୁରୀ, ଭୂୟାଁ ସମାଜର ସଭାପତି ଭରତ ଚନ୍ଦ୍ର ନାଏକ, ସମ୍ପାଦକ ଯୁଧିଷ୍ଠିର ନାଏକ, ସାଧାରଣ ସମ୍ପାଦକ ବିନୋଦ ବିହାରୀ ନାଏକ, କୋଇଡ଼ା ପୂର୍ବତନ ସରପଞ୍ଚ ସଂଧ୍ୟାରାଣୀ ନାଏକ, କିଶୋର ଚନ୍ଦ୍ର ନାଏକ,ଛୋଟରାୟ ନାଏକ, ଚନ୍ଦ୍ରମଣି ନାଏକ, ପଦ୍ମିନୀ ନାଏକ, ଦୁର୍ଯ୍ୟୋଧନ ନାଏକ, ଅର୍ଜୁନ ନାଏକ ପ୍ରମୁଖ ଯୋଗଦେଇ ବିପ୍ଲବୀ ଧରାଣୀଧରଙ୍କ ଜୀବନୀ ଉପରେ ମନ୍ତବ୍ୟକ୍ତ ରଖି ପାଞ୍ଚଶହ ଭୂୟାଁ ସମାଜ ନୂତନ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.