କେନ୍ଦୁଝର-କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ ପୂଜା ପାଇ ଆସୁଛନ୍ତି । ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବିସ୍ତୃତ ବଡ଼ଦାଣ୍ଡ ରହିଛି । ଏହି ବଡଦାଣ୍ଡ କିଛି ଦିନ ପୂର୍ବରୁ ବିଭିନ୍ନ ଯାନବାହନ, ଗୋରୁଗାଈ ଓ ଜବରଦଖଲ ଆଦି ନେଇ ସଙ୍କୁଚିତ ହୋଇରହିଥିଲା । ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ ସମସ୍ତ ଜବରଦଖଲ ହଟିବା ସହ ଯାନବାହନ ମୁକ୍ତ ଆରମ୍ଭ କରାଯାଇଥିଲା । ପରେ ବଡଦାଣ୍ଡର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜି ଏହି ବଡ଼ଦାଣ୍ଡର ନୂଆ ରୂପ ଦେବା ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପୂର୍ବରୁ ବଡଦାଣ୍ଡକୁ ସୌନ୍ଦର୍ଯ୍ୟକରଣ କରିବା ନେଇ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବଡ଼ଦାଣ୍ଡରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବଡଦାଣ୍ଡ କୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ କରଣ କରିବା ସହ ଆଖପାଖ ଅଞ୍ଚଳର ଉନ୍ନତିକରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହ ରଥ ଓ ମନ୍ଦିର ସହ ଜଡିତ ଦୁଇଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ନୂଆ ରୂପ କାର୍ଯ୍ୟକ୍ରମ ନେଇ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।