ଦୀନକୃଷ୍ଣ ଭିନ୍ନକ୍ଷମ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ/ ୫୦ ୟୁନିଟ ରକ୍ତ ସଂଗ୍ରହ

ଜଳେଶ୍ବର,(ନି.ପ୍ର) , ଜଳେଶ୍ବର ମେ ଆଇ ହେଲପ ୟୁ ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଙ୍ଘ ମିଳିତ ସହଯୋଗରେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ  ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଓ “ମେ ଆଇ ହେଲ୍ପ ୟୁ” ର ମୁଖ୍ୟ ଜଗନ୍ନାଥ ପରିଡା ଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଜଳେଶ୍ୱର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଏବଂ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵର ର ଡାକ୍ତର ପ୍ରଶାନ୍ତ କୁମାର ଦାଶ ମିଳିତ ଭାବେ ଉଦଘାଟନ କରିଥିଲେ। ଜିତାରାମ ଦେ, କାଉନସିଲର ଶିବ ନାରାୟଣ ମହାପାତ୍ର, ମନୋରଞ୍ଜନ ଦାସ, କପିଳେଶ୍ୱର ମହାନ୍ତି, ସୁନୀଲ କୁମାର ନାୟକ, ଡକ୍ଟର ଅଜିତ କୁମାର ମହାନ୍ତି, ସୁଦାମ ପାତ୍ର, ମଧୁସୂଦନ ଦତ୍ତ, ରବୀନ୍ଦ୍ର ବାରିକ, ସତ୍ୟବ୍ରତ ପ୍ରଧାନ, ଅରୁଣ କୁମାର ବେଜ, ମଧୁସୂଦନ ଦତ୍ତ, ଲକ୍ଷ୍ମୀଧର ବାରିକ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଶିବିରରୁ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। 

Leave A Reply

Your email address will not be published.