ଖପ୍ରାଖୋଇ — ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । କୋଭିତ କଟକଣା ପାଇଁ ଗତ ଦୁଇବର୍ଷ ଖପ୍ରାଖୋଲରେ ଅଭିଯୋଗ ଶିବିରକୁ ଆସିଥିବା ଦେଖିବାକୁ ମିଳିଥିଲା । ଏହି ଶିବିରରେ ସମୁଦାୟ ୧୦୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୯୦ଟି ବ୍ୟକ୍ତିଗତ ଏବଂ ୧୨ଟି ସମୂହ ଅଭିଯୋଗ ରହିଥିଲା । ୧୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ପ୍ରଧାମନ୍ତ୍ରୀ ଆବାସ ଗୃହ, ବିଧବା ଭତ୍ତା , ବାର୍ଦ୍ଧକ୍ୟ ଭତ୍ତା , ରାସନକାର୍ଡ ସହିତ ଜମିବାଡି ସଂକ୍ରାନ୍ତୀୟ ଅଭିଯୋଗ ନେଇ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଦେଦର୍ଡ ଗ୍ରାମର ଅଙ୍ଗନୱାଡି କର୍ମି ଗୋଲବଦନି ବାଗ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତାଙ୍କ ସ୍ଥାନରେ ତାଙ୍କ ଝିଅ କୁ ନିଯୁକ୍ତି ଦେବାପାଇଁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧ୍ୟାକାରୀଙ୍କୁ ବିଲ ମିଲିବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାପାଳ ଏନେଇ ବିଡିଓ ରଶ୍ମିରଞ୍ଜନ ରାଉତଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିପିସି ବନବିହାରୀ ମହାନନ୍ଦଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ , ପାଟଣାଗଡ ଉପଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା , ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପାଣି , ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ସଚିଦାନନ୍ଦ ଦଳାଇ , ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସନ୍ନ ମିଶ୍ର , କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ , ସିଡିଭିଓ ଡ.ସନ୍ତୋଷ ପଣ୍ଡା , ସିଡିଏଓ ସାରଦା ପ୍ରସାଦ ମିଶ୍ର , ଆରଡକୁ ଏସ୍ଏସ୍ ଅଧ୍ୟକ୍ଷଣ ଯନ୍ତ୍ରୀ ସରୋଜ ଶତପଥୀ , ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଜ୍ଞେଶ ଚନ୍ଦ୍ର ପାତ୍ର , ଜଙ୍ଗଲ ବିଭାଗ ଏସିଏଫ ବାବାଜି ଚରଣ ରାଉତ , ଏଲ୍ଡିଏମ ମନିଷ ମିଶ୍ର , ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ଜଗନ୍ନାଥ ଦାଶ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ପାଟଣାଗଡ ତହସିଲଦାର ଡ.ପୁଷ୍ପାଞ୍ଜଳୀ ପଣ୍ଡା , ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା , ଏଏଚଓ ପ୍ରମୋଦ କୁମାର ସେଠୀ , ବିଇଓ ସୁରେନ୍ଦ୍ର କୁମାର ପୁରୋହିତ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ , ଡିଏଓ ଡମ୍ବର ମେହେର , ବିଭିଓ ଡଃ.ସୁଜିତ କୁମାର ଶତପଥୀ , ସିଡିପିଓ ସୁଜାତା ଦୋରା , ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶାର ଜୟପୁରିଆ , ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପବିତ୍ର ବିଶ୍ବାଳ , ଜିପିଇଓ ସୁଶାନ୍ତ କୁମାର ପାଣି ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଶିବିରରେ ଯୋଗଦେଇଥିଲେ । ବିଡିଓ ରଶ୍ମି ରଞ୍ଜନ ରାଉତଙ୍କ ନେତୃତ୍ବରେ ଆୟୋଜିତ ଶିବିରକୁ ସହକାରୀ ଜିଲ୍ଲାପାଳ ଦିବାକର ବାଗ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିନା ନାଏକ , ଏସ୍.ଓ ବ୍ରଜବନ୍ଧୁ ଠାକୁର ପ୍ରମୁଖ ପରିଚାଳନା କରିଥିଲେ । ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବାହାରେ ବସିଥିବା ଅଧିକାରୀମାନେ ପ୍ରବଳ ଗରମ ରେ ଆଉଟୁ ପାଉଟୁ ହୋଇପଡିଥିଲେ । ଅଭିଯୋଗ ଶୁଣାଣିପରେ ଜିଲ୍ଲାପାଳ ଏବଂ ଏସପି ଖପ୍ରାଖୋଲ ଥାନାକୁ ଯାଇ ସୂଚନା ଭାବେ ନିର୍ମାଣ ହୋଇଥିବା ଥାନା ଗୃହ ପରିଦର୍ଶନ କରିଥିଲେ ।