ବାଲିଆପାଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଶୁକ୍ରବାର ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବାଲିଆପାଳ ପଞ୍ଚାୟତ ସମିତିର ପ୍ରଥମ ବୈଠକ ହୋହାଲ୍ଲା ମଧ୍ୟରେ ସମାପନ ହୋଇଇଛି। ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେସନରେ , ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଏମ ପି ପ୍ରତିନିଧି ମହେଶ୍ବର ଜେନା,୨୪ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ବାବାଜୀ ଦେହୁରୀ,୨୩ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ବେଣୁଧର ଜେନା,୨୨ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ନିଶାକର ସେଠୀ,୨୧ନମ୍ବର ଜୁନର ଜିଲ୍ଳା ପରିସଦ ସଦସ୍ୟା କାଞ୍ଚନ ବାଳା ଜେନାଙ୍କ ସହିତ ସମସ୍ତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟଙ୍କ ସହିତ ବ୍ଲକର ସମସ୍ତ ଲାଇନ ଡିପାଟମେଣ୍ଟର ଅଫିସର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅଧିବେସନର ପ୍ରଥମ ପର୍ଯ୍ୟାୟରେ ବ୍ଲକ ପକ୍ଷରୁ ସମସ୍ତ ନବ ନିର୍ବାଚିତ ସମିତି ସଦସ୍ୟା ସଦସ୍ୟ,ସରପଞ୍ଚଙ୍କ ସହିତ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସ୍ଵାଗତ କରାଯିବା ପରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ମାନେ ଶପଥ ଗ୍ରହଣ କରିଥିଲେ।ଏଜେଣ୍ଡା ଅନୁସାରେ ପ୍ରଥମେ ଯୋଗାଣ ବିଭାଗ ଓ ଖାଉଟି ବିଭାଗର ଆଲୋଚନ ଚାଲିଥିବା ବେଳେ ବଣିଆଡ଼ିହା ପଞ୍ଚାୟତର ସଦସ୍ୟ କଟି ମାରାଣ୍ଡି ନିଜ ପଞ୍ଚାୟତରେ ଗତ ୨୪/୪ରେ କେନ୍ଦ୍ର ପଞ୍ଚାୟତରାଜ ଦିବସ ପାଳନ ଅବସରରେ ସରପଞ୍ଚ କାଳୀଚରଣ ଜେନା ସଦସ୍ୟ ଶ୍ରୀ ମାରାଣ୍ଡି ଙ୍କୁ ସଭରାରୁ ବାହାର କରିଦେଇଥିବା କଥା ବୈଠକରେ ଉଠାଇବାରୁ ବିଡିଓ ଶ୍ରୀ ଦାସ ଉକ୍ତ କଥା ପରେ ଆଲୋଚନା ହେବ ବୋଲି କହିବାରୁ ହୋହାଲ୍ଲା ଆରମ୍ଭ ହେବାରୁ ବିଧାୟକ ନିତ୍ୟାନନ୍ଦ ସାହୁ ନିଜ ସମର୍ଥିତ ସରପଞ୍ଚ , ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନେଇ ସଭାଗୃହ ତ୍ୟାଗ କରିଥିଲେ। ମାତ୍ର କିଛିସମୟରେ ପୁଣି ସଭା ଗୃହକୁ ଆସିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ହୋହାଲ୍ଲା ମଧ୍ୟରେ ଯୋଗାଣ ଓ ଖାଉଟି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆବାସ ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନ ହୋଇଥିଲା। ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ସମସ୍ୟା, ଲୋକ ମାନଙ୍କର ସମସ୍ୟା ବିଷୟର ଆଲୋଚନ ହେବା ପରେ ବିଡ଼ିଓ ଶ୍ରୀ ଦାଶ ସମସ୍ତ କାର୍ଯ୍ଯ ତଦନ୍ତ କରାଯାଇ ସମାଧାନ କରାଯିବ ବୋଲି କହିଥିଲେ। ସଭା କାର୍ଯ ଅପରାହ୍ନ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ବାକତଣ୍ଡା ଭିତର ଚାଲିଥିଲା।ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ଧନ୍ୟବାଦ ଅର୍ପଣ ପରେ ସଭା ଭଙ୍ଗ କରଯାଇଥିଲା।