ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ମଞ୍ଜୁରୀ

ବ୍ରହ୍ମପୁର:- ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଗୃହିତ ହୋଇଛି । ନିଗମରର ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବେଜଟ ବେଠକ ଆରମ୍ଭ ହୋଇଥିଲା । ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ମୋଟ ୪୬୨ କୋଟି ୮୪ ଲକ୍ଷ  ଟଙ୍କାର ବଜେଟ ଉପସ୍ଥାପନ ହୋଇଥିଲା । ବିଶେଷ କରି ୧୭ଟି ସ୍ବତନ୍ତ୍ର ପ୍ରକଳ୍ପର ଉନ୍ନତିକରଣ ଓ ମରାମତି ନିମନ୍ତେ ନିମନ୍ତେ ପ୍ରାୟ ୧୫୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସହରର ବିକାଶ ଓ ସହରବାସୀଙ୍କ ସମସ୍ତ ପ୍ରକାରର ସୁବିଧା ନିମନ୍ତେ ଏହି ବଜେଟ୍‌ ଉପସ୍ଥାପନ ହୋଇଛି । ବ୍ରହ୍ମପୁର ସହରର ବେଡ଼ା ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ସର୍ବାଧିପକ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଯାହାଫଳରେ ରାମଲିଙ୍ଗମ ପୋଖରୀ ପରେ ଅନ୍ୟତମ ଆକର୍ଷଣ ପୋଖରୀ ପାଲଟିବ ଏହି ବେଡ଼ା ବନ୍ଧ । ସେହିପରି ୩୦ କୋଟି ଟଙ୍କାରେ ଗୃହ ପ୍ରକଳ୍ପ, ୨୦ କୋଟି ଟଙ୍କାରେ ଗିରି ମାର୍କେଟ କମ୍ଳେକ୍ସର ଉନ୍ନତିକରଣ ଭଳି ଅନ୍ୟ କିଛି ନୂତନ ପ୍ରକଳ୍ପ କରାଯିବ । ଯାହାଫଳରେ ସହର ଆହୁରି ଅଧିକ ସୁନ୍ଦର ଦେଖାଯିବା ସହିତ ସହରବାସୀ ମାନେ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । ଏହି ବଜେଟ୍‌ ବୈଠକରେ ସମସ୍ତ କର୍ପୋରେଟର ମାନେ ଯୋଗ ଦେଇଥିଲେ । ୨୦୧୮ ମସିହାରୁ ବ୍ରହ୍ମପୁର ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ନିମନ୍ତେ ୧୮ ହଜାର ଲୋକେ ଗୃହ ପାଇବା ନିମନ୍ତେ ଯୋଗ୍ୟ ହୋଇଛନ୍ତି । ତେବେ ଏତେ ବଡ଼ ପ୍ରକଳ୍ପ କରାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅନେକ ଲୋକେ ଗୃହ ପାଇପାରିନାହାନ୍ତି । ତେଣୁ ଚଳିତ ବର୍ଷର ବଜେଟରେ ଗୃହ ପ୍ରକଳ୍ପକୁ ସ୍ଥାନିତ କରିଥିବା ଯୋଗୁଁ ବିଏମସି ଓ କାଉନସିଲ୍‌କୁ ଧନ୍ୟବାଦ ଦେଇଛନ୍ତି କର୍ପୋରେଟର । ସେହିପରି ଏହି ସବୁ ପ୍ରକଳ୍ପ ପରେ ମଧ୍ୟ ଆଉ କିଛି ପ୍ରକଳ୍ପର ଆବଶ୍ୟକତା ରହିଛି ବିଜେଟ୍‌ରେ । ସହରରେ ଶିଳ୍ପାଞ୍ଚଳ ରହିଥିବା ବେଳେ ତାହା କୋମାରେ ରହିଛି । ତେଣୁ ଶିଳ୍ପାଞ୍ଚଳରେ ରହିଥିବା ବିଭିନ୍ନ କଳକାରଖାନାକୁ କାର୍ଯ୍ୟକାରୀ କରାଯାଇ ସେଠାରେ ସହରର ପାଠପଢ଼ା ପିଲା ମାନଙ୍କୁ ନିଯୁକ୍ତି କରାଯାଇପାରିବ । ସେହିପରି ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି । ଏହି ସବୁ ବିଷୟକୁ ନେଇ ବଜେଟ୍‌ ବୈଠକରେ କର୍ପୋରେଟର ମାନେ ପ୍ରସ୍ତାବ ରଖିଥିଲେ । ବିଏମସିର ଆଜିର ଏହି ବଜେଟ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଡ଼େପୁଟି ମେୟର ଇ.ବିବେକ ରେଡ଼ିଙ୍କ ସହ ନିଗମର ଡ଼େପୁଟି କମିଶନର ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.