ବେଆଇନ କରତକଳ ଊପରେ ବନବିଭାଗର ଚଢ଼ାଉ

ବାଲେଶ୍ବର,–  ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରରେ ଥିବା ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ କରାଯାଇଛି । ସିମୁଳିଆ ଅଞ୍ଚଳରେ ବେଆଇନ ଭାବେ ୬ ରୁ ଆଧିକ ଚୁରା କରତକଳ ଚାଲୁଥିବାର ଦୀର୍ଘ ଦିନ ହେବ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ରୋକିବା ପାଇଁ ବିଭାଗ ଅନେକ ସମୟରେ ଅସଫଳ ହେଉଥିଲା । ହଠାତ୍ ବାଲେଶ୍ଵର ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଔପଦା ରେଞ୍ଜର ବବିତା ସୋରେନ, ଖୁଣ୍ଟପାଟଣା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ, କୂଳଡିହା ରେଞ୍ଜ ଷ୍ଟାଫ ସୌମ୍ୟରଂଜନ ମାଝୀ ଓ ସିମୁଳିଆ ପୋଲିସଙ୍କ ଉପସ୍ଥିତିରେ ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲା । ବନବିଭାଗ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ଯନ୍ତ୍ରପାତି ନେଇଯାଇଥିବା ଜଣାପଡିଛି । ବଡ଼ ଆଶ୍ଚର୍ଯ୍ୟର ଚଢ଼ାଉ କଥା ପ୍ରଘଟ ହେବାପରେ ଅନ୍ୟ କେତେକ ଚୁରା କରତକଳ ଅଧିକାରୀମାନେ ବନବିଭାଗ ଅଫିସର ଆସିବା ଆଗରୁ ଯନ୍ତ୍ରପାତି ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିବାର ଦେଖାଯାଇ ଥିଲା ।

Leave A Reply

Your email address will not be published.