ବାଉଁଶ କାଟିନେଇଗଲେ ଦୁବୃର୍ତ୍ତ ଥାନାରେ ମାମଲା

ଅସ୍ତରଙ୍ଗ – ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପାଟସୁନ୍ଦର ଗ୍ରାମରେ ବାଉଁଶ କଟାକୁ ନେଇ ବିବାଦ ଉଗ୍ର ରୂପ ନେବାରେ ଲାଗିଛି।ମିଳିଥିବା ସୂଚନା ମୁତାବକ ପାଟସୁନ୍ଦର ଗ୍ରାମର ଖାତା ନଂ ୧୦୯ ପ୍ଲଟ୍ ନଂ ୪/୪୮୮ ୨ଏକର ୪ଡିସିମିଲି ଶାରଦ ଦୁଇ କିସମ ଅଟେ।ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଉକ୍ତ ସମ୍ପର୍ତ୍ତିରେ ବେଆଇନ ଦଖଲକାରୀ ଭାବେ ବୁଲେଇ ବେହେରା, ଗୋଲେଖ ବେହେରା, ଅଲେଖ ବେହେରା, ଭଜନି ବେହେରା, ସନାତନ ବେହେରା, ରମେଶ ବେହେରା, ବାଲୁଙ୍କି ଦଳାଇ, ଲଛମନ ବେହେରା, ଭୋବନି ବେହେରା, ବନମାଳୀ ବେହେରା ଚାଷବାସ କରି ପରିବାର ଭରଣପୋଷଣ କରିଥାସୁଥିଲେ।ରାଜନୈତିକ ଶତ୍ରୁତା ରଖି କିଛି ଖଳପ୍ରକୃତିର ପ୍ରାୟ ୨୩ରୁ ଉର୍ଦ୍ଧ୍ବ ଲୋକମାନେ ହଠାତ୍ ଆସି ସେହି ଜମିରେ ଥିବା ବାଉଁଶ,ଆମ୍ବ, ପଣସ,ଗୁଆ,ନଡ଼ିଆ ଗଛ ଆଦି କାଟିବାକୁ ଲାଗିଲେ।କାହିଁକି ବାଉଁଶ କାଟୁଛ ବୋଲି ଯୁବରାଜ ବେହେରା, ନାରାୟଣ ବେହେରା, ସୁରେନ୍ଦ୍ର ବେହେରା, ପ୍ରଦେଶ ବେହେରା, ତପନ ଦଳାଇ, ତ୍ରିଲୋଚନ ବେହେରା, ଉପେନ୍ଦ୍ର ବେହେରା, ବିଜୟ ଦଳାଇ ଆସି ପଚାରିବାରୁ ଉକ୍ତ ଖଳପ୍ରକୃତିର ଲୋକମାନେ ବିଭିନ୍ନ ଗାଳି ଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଜୋର ଜବରଦସ୍ତ ଗଛ କାଟିନେଇଥିବା ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ ଆଇନଶୃଙ୍ଖଳା କୁ ଦୃଷ୍ଟିରେ ରଖି ସେ ସ୍ଥାନରେ ଗଛକଟା ବନ୍ଦ କରାଯାଇଛି ବୋଲି କହିଥିଲେ।ତହସିଲଦାର ରାଜଲକ୍ଷୀ ନାୟକ କହିଛନ୍ତି ଅଫିସ ଛୁଟି ଅଛି ଅଫିସ ଖୋଲିଲେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହି ଘଟଣା ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କର୍ଣ୍ଣଲ ଭିଶାଲ ସିଂ କହିଛନ୍ତି ସଠିକ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।ଏଠି ପ୍ରଶ୍ନ ଉଠେ ଜଣେ ସାଧାରଣ ଲୋକ ନିଜ ବାରିରୁ ଗଛ ଖଣ୍ଡେ କାଟିବା ଅନୁମତି,ଜୋରିମାନା କରାଯାଉଥିବା  ବେଳେ କିଭଳି ଭାବେ କେଉଁ ଅଦୃଶ୍ୟ ଶକ୍ତି ବଳରେ ଦୃଷ୍ଟ ଖଳପ୍ରକୃତିର ଲୋକମାନେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବାଉଁଶ ଭଳିକି ଭଳି ଗଛ କାଟିନେଇଗଲେ ସେ ସମ୍ପର୍କରେ ତଦନ୍ତ କରି ନ୍ୟାୟ ଦେବାକୁ ଜିଲ୍ଲା ପ୍ରଶାସନକୁ କୋହଭରା କଣ୍ଠରେ କବର୍ତ୍ତ ପରିବାର ଅନୁରୋଧ କରିଛନ୍ତି।

Leave A Reply

Your email address will not be published.