ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା – ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ  ଷ୍ଟାଡିୟମ ପରିସରରେ ଚାଲିଥିବା ଦଶମ ମହାନଗର ମହୋତ୍ସବ  ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲା ସ୍ଥାନୀୟ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକୁ ମନଭରୀ  ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ ।ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଲେଇ ଯୋଗ ଦେଇ ମହୋତ୍ସବର  ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏଭଳି ମହୋତ୍ସବ ଆୟୋଜନ କରି ଆସୁଥିବା କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇବା ସହ କଳା ଓ କଳାକାରଙ୍କ ପାଇଁ ଏହା ଏକ ଶ୍ରେଷ୍ଠ ମଞ୍ଚ ହୋଇଥିବା ମତବ୍ୟକ୍ତ କରିଥିଲେ  । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ମହୋତ୍ସବର କମିଟିର ଆବାହକ ଇଂ ଉମା ଶଙ୍କର ପାଣିଗ୍ରାହୀ , ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ,  ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ,  ଓଟିଭି ପ୍ରତିନିଧି ଅଶୋକ ବ୍ରହ୍ମା , ଇଟିଭି ପ୍ରତିନିଧି ସମୀର ଆଚାର୍ଯ୍ୟ ,କମିଟିର ଉପଦେଷ୍ଟା ମନୋଜ କାନ୍ତ ଦାସ ,ମହୋତ୍ସବର କମିଟିର ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦିପ୍ତ ସାହୁ, ସ୍ବାଧିନ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଗଞ୍ଜାମ ଜିଲ୍ଲା ତଥା ସ୍ଥାନୀୟ କଳାକାର ଙ୍କ କଳା ଓ ସଂସ୍କୃତି ବିକାଶ ପାଇଁ   ଏଭଳି ଏକ  ମଞ୍ଚ  ଗତ କିଛି ବର୍ଷ ଧରି ପ୍ରମୁଖ ମାଧ୍ୟମ ପାଲଟିଥିବା କହିଛନ୍ତି । ଏହାସହ ଦୀର୍ଘ 10 ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟିକୁ ସାଧୁବାଦ  ଜଣାଇଥିଲେ ମଞ୍ଚାସୀନ ଅତିଥି ମାନେ।   କାର୍ଯ୍ୟକ୍ରମରେ ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ  ପରିଶେଷରେ ଧନ୍ଯବାଦ୍ ଅର୍ପଣ କରିଥିଲେ ମହୋତ୍ସବ କମିଟିର ସଦସ୍ୟ ଶଙ୍କର ରଣା ।   ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଜାଗୃତି କଳା କେନ୍ଦ୍ର, କଳାଞ୍ଜଳୀ ଆର୍ଟିଷ୍ଟ, ଷ୍ଟେପ୍ଅପ୍ ଡାନ୍ସ ଗ୍ରୁପ ଏଡିଆଇଭି ଏରୋବିକ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଗଞ୍ଜାମ ବଡି ବିଲଡିଂ ପକ୍ଷରୁ ସୁନ୍ଦର୍ ସ୍ଵାସ୍ଥ୍ୟ ପ୍ରଦର୍ଶନ କରିଥିଲେ। ଆୟୋଜିତ ଏହି ମହୋତ୍ସବରେ ଲହରଖଣ୍ଡି ସାହିତ୍ୟ ସଂସଦ ଭଞ୍ଜନଗର ପକ୍ଷରୁ ସାହିତ୍ୟ ଆସର ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ମୁଖ୍ୟ ପ୍ରଫେସର ଡ ପ୍ରସନ୍ନ କୁମାର ସ୍ଵାଇଁ, ଶେରଗଡ ତହସିଲଦାର ଡ ଦୟାସିନ୍ଧୁ ପରିଡା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ ସେଠୀ, ସାହିତ୍ୟ ସଂସଦର ସଭାପତି ବି ଗୋବିନ୍ଦ ରାଓ ସମ୍ପାଦକ ଚିନ୍ମୟ କୁମାର ବେବର୍ତା କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଭାତୀ ମଞ୍ଜରି ବେହେରା ସଞ୍ଚାଳନ କରିଥିଲେ। ଅନ୍ୟପଟେ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ବିଭିନ୍ନ ବିଭାଗ ତଥା ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ 100 ରୁ ଉର୍ଦ୍ଧ୍ବ ଷ୍ଟଲ୍। ଯେଉଁଥିରେ ରାଜ୍ଯ ତଥା ରାଜ୍ଯ ବାହାରର ହସ୍ତତନ୍ତ, କୁଟୀର ଶିଳ୍ପ, ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରି କରାଯାଉଛି। ଏହାସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାରଯୋଗୀ ଘରୋଇ ସାମଗ୍ରୀ ଏହି ଷ୍ଟଲ୍ ମାନଙ୍କରେ ପ୍ରଦର୍ଶିତ ହୋଇଛି। ଆୟୋଜିତ ଏହି ମହୋତ୍ସବକୁ ମହୋତ୍ସବର ସଦସ୍ୟ  ସତ୍ୟ ଚେତନ ପରିଡା, ଅଭିରାମ ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।ଏହି ଅବସରରେ ସକାଳ ଖବରକାଗଜ ପକ୍ଷରୁ ଶ୍ରେଷ୍ଠ ପ୍ରତିଭା ଙ୍କୁ ପୁରସ୍କୃତ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.