ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବାଲେଶ୍ବର,- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଗୋଳିହା ଗ୍ରାମରେ ଥିବା ଚଣ୍ଡୀମାତା ପୀଠ ପରିସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ଉଦୟ ଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମାୟାଧର ନାୟକ, ନିର୍ମଳ କୁମାର ପଣ୍ଡା, ଭୀଷ୍ମ ଚରଣ ନାୟକ, ଦିଲ୍ଲୀପ କୁମାର ଚୌଧୁରୀ, ବିନୟ ଭୂଷଣ ମହାନ୍ତି ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଗୌରୀ ଘଡାଇ, ସମ୍ପଦ ଘଡାଇ, ଉଦୟ ଚରଣ ବେହେରା, ନୃସିଂହ ଦ୍ବିବେଦୀ, ଅଭିରାମ ମହାପାତ୍ର, ଜଳଧର ପଣ୍ଡା, ଭରତ ଚନ୍ଦ୍ର ରାଉତ ଓ ଧରଣୀ ସାମଲ ପ୍ରମୁଖ ଉପସ୍ଥିତ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସ୍ବର୍ଗତ ନୀଳାମ୍ବର ନାୟକ, ଅଭିମନ୍ୟୁ ପାଢ଼ୀ ଓ ସୌମ୍ୟ ରଞ୍ଜନ ମହାପାତ୍ର ଏବଂ ଦୟାନିଧି ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହିତ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମଞ୍ଚାସୀନ ଅତିଥି, ସମ୍ମାନିତ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଦିବଙ୍ଗତ ଆତ୍ମାଙ୍କ ଗୁଣଗାନ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ସମସ୍ତଙ୍କୁ ବହୁ ଆନନ୍ଦ ଦେଇଥିଲା । ଏହି ଅବସରରେ ଦିବଙ୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ନିର୍ମଳ କୁମାର ରାଉତଙ୍କ ସମେତ କେତେଜଣ ବକ୍ତା କବିତା ପାଠ କରିଥିଲେ ।         ଉକ୍ତ କାର୍ଯ୍ୟକ୍ରମକୁ ନିର୍ମଳ କୁମାର ରାଉତ, ବିନୟ ଭୂଷଣ ମହାନ୍ତି, ଗୌରୀ ଶଙ୍କର ଘଡାଇ ଓ ଉଦୟ ଚରଣ ନାୟକ ଆୟୋଜନ କରିଥିଲେ । ଏଥିରେ ସମସ୍ତ ଗ୍ରାମବାସୀ ଓ ଚଣ୍ଡୀମାତା ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୋଳିହା ଚଣ୍ଡୀମାତା ଉଚ୍ଚ ବିଦ୍ଯାପୀଠର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଗୌରୀ ଚରଣ ଘଡାଇ ୧ ଲକ୍ଷ ଟଙ୍କା ଦେବାପାଇଁ ଘୋଷଣା କରିବା ସହିତ ପ୍ରତ୍ୟେକ ବର୍ଷ ଉକ୍ତ କାର୍ଯ୍ୟକ୍ରମକୁ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରିବେ ବୋଲି ସ୍ବର୍ଗତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପିତା ଅଭିରାମ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଳରାମ ପଣ୍ଡା, ଜଳଧର ପଣ୍ଡା, ଭୋଳାନାଥ ସେଣ୍ଢ, ସମ୍ପଦ ଘଡାଇ, ଅଭିମନ୍ୟୁ ମହାପାତ୍ର, ସମ୍ଭୁନାଥ ବେହେରା, ଅହଲ୍ଯା ପାଢ଼ୀ ଓ ମଧୁବନ ସାମଲ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.