ଅର୍ଥ ଅଭାବରୁ ହୋଇପାରୁନାହିଁ  ଚିକିତ୍ସା

ମାରାତ୍ମକ ଓ୍ୱିସ୍କୋଟ ଅଲ୍ଡରିଚ୍ ସିଣ୍ଡ୍ର ରୋଗରେ ପୀଡିତ  ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ସିଆରିଆ ଗ୍ରାମର ଦମ୍ପତି ମମିତା ମଞ୍ଜରୀ ଓ ସଞ୍ଜବ ମହାନ୍ତଙ୍କ ୭ ମାସର ଶିଶୁ ଆଭାସ । ‘ବୋନ ମ୍ୟାରୋ ଟ୍ରାନ୍ସପାଣ୍ଟ’ ବା ‘ଷ୍ଟେମ ସେଲ୍‌ ଟ୍ରାନ୍ସପାଣ୍ଟ’    କଲେ ସୁସ୍ଥ ହୋଇପାରିବ ଶିଶୁ  ଏଥିପାଇଁ ଦରକାର 15 ଲକ୍ଷ୍ୟ ଟଙ୍କା । ହେଲେ ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ତଥାପି ପୁଅକୁ ଭଲ କରିବାକୁ ଅହରହ ସଂଘର୍ଷ କରୁଛନ୍ତି ବାପା ମା । ଗାଁ ଲୋକେ ଓ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା ସମସ୍ତଙ୍କ ପାଖରେ ହାତ ପତାଇ ହାରିଗଲେଣି ବାପା ମା, ଏବେ କେବଳ ଭାଗ୍ୟ ଓ ଭଗବାନଙ୍କ ଉପରେ ଭରସା କରିବା ଛଡ଼ା ଆଉ କିଛି ବି ଉପାୟ ନାହିଁ ସେମାନଙ୍କ ପାଖରେ । ରୋଗରେ ପୀଡିତ ଆଭାସ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।  ହେଲେ ଅର୍ଥ ଅଭାବରୁ ହୋଇପାରୁନି ଅପେରସନ । ଉପଯୁକ୍ତ ଚିକିତ୍ସା ଅଭାବରୁ ପୁଅର ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିଛି । ଜନ୍ମ ସମୟରେ ସୁସ୍ଥ ଥିଲେ ଆଭାସ । ମାତ୍ର 20 ଦିନ ପରେ ଝାଡାରେ ରକ୍ତ ପଡିବାରୁ ପରିବାର ଡାକ୍ତରଙ୍କୁ ଦେଖାଇଥିଲେ । ପ୍ରଥମେ ସ୍ଥାନୀୟ ସରକାରୀ ପରେ ବେସରକାରୀ ଶେଷରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ ନେଇଥିଲେ । ସେଠାରେ ପରୀକ୍ଷା ପରେ ଏହି ମାରାତ୍ମ ରୋଗରେ  ଜଣାପଡିଥିଲା । ଛୋଟ ଗୋଟେ ଦୋକାନ  କରି ପରିବାର ଚଳାଉଥିବା ସଞ୍ଜୀବଙ୍କ ବାପାଙ୍କ ପାଖରେ ପୁଅ ର ଚିକିତ୍ସା ପାଇଁ ଏତେ ଅର୍ଥ ଆସିବ ବା କୁଆଡୁ । ଗରିବ ବାପା ମାଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା ପୁଅକୁ କେମିତି ଭଲ କରିବେ । ସଞ୍ଜୀବ ପୁଅକୁ ଭଲ କରିବାକୁ ଯାଇ ଯାହା ସମ୍ପତ୍ତି ଥିଲା ସବୁ ବିକିସାରିଲେଣି । ଆଉ ଏବେ କେବଳ ଭଗବାନଙ୍କ ଭରସାରେ । ପୁଅର ଚିକିତ୍ସା ପାଇଁ ସରକାର ଏବଂ ଲୋକଙ୍କୁ ବି ଅନୁରୋଧ କରିଛନ୍ତି ପରିବାର । ତେବେ ପୂର୍ବରୁ ମଧ୍ୟ ଅଜଣା ରୋଗରେ ସଞ୍ଜୀବ ଙ୍କ ଦୁଇ ପୁଅଙ୍କୁ ହରାଇଛନ୍ତି ।ଜଦି ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ବିଧାୟକ ସାହାଯ୍ୟ ର ହାତ ବଢ଼ାନ୍ତେ  ତାହାଲେ ଆଭାସ ଶିଘ୍ର ସୁସ୍ଥ ହୋଇପାରନ୍ତା ।

Leave A Reply

Your email address will not be published.