ଧାମନଗର – ଧାମନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ୟାମପୁର ଠାରେ ଶିବଶକ୍ତି ନାଟ୍ୟ ସଂସଦର ଦ୍ୱାଦଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ୧୭/୧୮ ଦୁଇ ଦିନ ଧରି ନାଟକ ମଞ୍ଚସ୍ଥ ଶାନ୍ତି ଶୁଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଶଚୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସହିଦ ଭଗତସେନା ଆବାହକ ସୀତାଶୁଁ ଶେଖର ମହାପାତ୍ର,ମୁଖ୍ୟଭକ୍ତା ଭାବେ ଶିକ୍ଷାବିତ ରସାନନ୍ଦ ମହାପାତ୍ର, ଆଇନଜୀବୀ ଅମରେନ୍ଦ୍ର ମହାନ୍ତି, ସାମ୍ବାଦିକ ତଥା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ଉପସଭାପତି ସାମ୍ବାଦିକ ସେକ ଜାଫର ଅଲ୍ଲୀ, ବରିଷ୍ଟ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ଯାତ୍ରା ଓ କଳାକାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଯାତ୍ରା କଳାକାର କେଶବ ପଣ୍ଡା, ନିର୍ଦ୍ଦେଶକ ରବିନ୍ଦ୍ର କୁମାର ଯେନା ଓ ସମାଜସେବୀ ସୀତାଶୁଁ ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅକ୍ଷୟ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଦୁଇଟି ସମାଜିକ ନାଟକ ଦୁନିଆର ଖେଳ ଦୁଇଦିନିଆ, ଏବଂ ଅଧା ରହିଗଲା ସପନ ମୋର ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ଦୁଇଦିନ ନାଟକରେ ବିଭିନ୍ନ ଭୁମିକାରେ ତରୁଣ ମହାପାତ୍ର,ରାଜ,ପଦ୍ମନାଭ, ଅଶୋକ, ସଲିଳ,ମଳୟ, ମିଥୁନ,ପ୍ରଶାନ୍ତ,ନିରାକାର,କୁନିଆ,ପିଣ୍ଟୁ,ଜିତୁ, ରଂଜନ, ବ୍ରହ୍ମା ଖଗେଶ୍ବର, ନରେନ୍ଦ୍ର, ମୁନାଭାଇ,ସନ୍ତୋଷ ପ୍ରମୁଖ ଅଭିନୟରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ।