ଅସ୍ତରଙ୍ଗ- ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ମିଳିତ ସହଯୋଗରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପ୍ରସିଦ୍ଧ ସତ୍ୟାଗ୍ରହ ପୀଠ କୁହୁଡି ଠାରେ ୯୨ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ସର୍ଵ ପ୍ରଥମେ ସଂଗ୍ରାମୀ ପୁରୁଷ ଭାବେ ପୀଠରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ଅତିଥିମନଙ୍କ ଦ୍ୱାରା ପୁଷ୍ପମାଲ୍ୟ ସହ ଧୂପ ଦୀପ ପ୍ରଦାନ କରାଯାଇଥିଲା ପରେ ସର୍ବଦା ସତ୍ୟ ବଚନ କହି ଏବଂ ହିଂସା ପରିତ୍ୟାଗ କରି ଦେଶ ମାତୃକା କୁ ରକ୍ଷା କରିବା ସହିତ ବିକାଶ ପଥରେ ଆଗେଇ ନେବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଏକ ଶପଥ ପାଠ କରାଇଥିଲେ । ତାପରେ ମଞ୍ଚାସିନ ଅଥିତି ମାନେ ସ୍ବାଧୀନତା, ସତ୍ୟାଗ୍ରହ ସମ୍ବଧିୟ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ।ବକ୍ତବ୍ୟ ପ୍ରଦାନ ପୂର୍ବରୁ ମହାମୟୀ ରାଜ୍ୟପାଳ ଡ଼ଃ ଗଣେସି ଲାଲ କୌଣସି ଜରୁରୀ କାର୍ଯ୍ୟ କାରଣରୁ ଅନୁପସ୍ଥିତ ରହିବାରୁ ଏକ ଭିଡିଓ ମାଧ୍ୟମରେ ତାଙ୍କର ବାର୍ତ୍ତା ପ୍ରଦାନ କରିବା ସଂଗେ ସଂଗେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ତାଙ୍କର ବକ୍ତବ୍ୟ ବାର୍ତ୍ତା ପ୍ରେରଣ କରିଥିଲେ। ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲ ତୋଡା ଔପଢକନ ଦ୍ୱାରା ସମ୍ମାନିତ କରାଯାଇଥିଲା । ଅତିଥି ମାନେ ହେଲେ, ସ୍ମୃତି ସମିତି ର ସଭାପତି ଶ୍ରୀଯୁକ୍ତ ସୋମନାଥ ପାତ୍ର ଜଳସମ୍ପଦ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟ କ୍ରୀଡ଼ା, ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ କୁମାର ନାୟକ ,କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟନାୟକ, ପୂର୍ବତନ ବିଧାୟକ, ରବି ମଲ୍ଲିକ, ସୁରେନ୍ଦ୍ର ସେଠି, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତି ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ସମାଜ ସେବୀ ଦିବାକର ଛାଟୋଇ, ତହସିଲଦାର ରାଜଲକ୍ଷ୍ମୀ ନାୟକ, ସ୍ତମ୍ଭକାର ଦାସ ବେନୁହୁର୍,ପ୍ରହଲ୍ଲାଦ ସିଂ ,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମୁଖ । ସର୍ଵ ଶେଷରେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ଔପଢକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯିବା ସହିତ, କାକଟପୁର,କୋଣାର୍କ ର ସାମ୍ବାଦିକ ମାନଙ୍କୁ ଔପଢକନ ପ୍ରଦାନ କରାଯାଇଥିଲା ।ଏହି ସମାବେଶରେ ବହୁ ବୁଦ୍ଧି ଯିବି,ନିର୍ବାଚିତ ପ୍ରତିନିଧି ଏବଂ ଅନେକ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ଥିଲେ। ସ୍ମୃତି ପୀଠର ଉର୍ଣ୍ଣତି ସମ୍ବଧିୟ ୧୩ ଟି ଦାବି ମୂଖ୍ୟତ ସଭାଗୃହ, ସ୍ମୃତି ସ୍ତମ୍ଭ, ପାଚେରୀ, ଅଲୋକୀକରଣ, ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଇତ୍ୟାଦି ବିଷୟରେ ମନ୍ୟବର ମନ୍ତ୍ରୀ ,ସାଂସଦ ନିକଟରେ ଦାବି ଉପସ୍ଥାପନ କରିଥିଲେ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ।ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ, ତରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।