ଜଟଣୀ ବିକାଶ ନଗର ଡମନେଇ ଏନକ୍ଲେଭ ରେ ରହୁଥିବା ବ୍ୟାଙ୍କ୍ କର୍ମଚାରୀ ମମତା ପାତ୍ର ବ୍ୟାଙ୍କରୁ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ମୁନସିପାଲଟି ଛକ ନିକଟରେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲ ରେ ଆସି ମହିଳାଙ୍କ ଭ୍ୟାନିଟି କୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ମହିଳା ଜଣକ ଜଟଣୀ ଥାନାରେ ଏହି ଘଟଣାର ଏକ ଲିଖିତ ଅଭିଯୋଗ ଦେଇଥିଲେ ।ଏହି ଅଭିଯୋଗକୁ ଆଧାର କରି ଜଟଣୀ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।ଅଭିଯୁକ୍ତ ମାନେ ହେଲେ ୧- ଜାନକୀ ବଲ୍ଲଭ ରାଉତରାୟ,ବିକି-୩୬ ଘର କୁସୁମାଟି,୨- ସୁଶାନ୍ତ ମାଝୀ,surei-୨୭ ଘର ଛନଘର ଦୁଇ ଅଭିଯୁକ୍ତଙ୍କ ଠାରୁ ଏକ ଓପୋ ମୋବାଇଲ ବ୍ୟାଙ୍କ୍ ଆଇକାଡ ଓ ଏକ ମୋଟର ସାଇକଲ ବେରିଂ ନମ୍ବର ଓଡ଼ି ୩୩ ୭୪୪୭ ଜବତ କରାଯାଇଛି ।ପୋଲିସ କେସ ନମ୍ବର ୧୯୩/୨୨ U/S ୩୯୨ ipc ଧାରାରେ ମାମଲା ରୁ୍ଜୁ କରି କୋର୍ଟ ଚାଲାଣ କରିଛି ।