ଶ୍ରୀ ନୀଳାଚଳ ସେବାସଙ୍ଘ ର ପୂର୍ବତନ କୋଷାଧକ୍ଷ ଓ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ବହନକରି ଆସିଥିବା ଅଜାମ୍ବର ପ୍ରଧାନ ଙ୍କ ବିୟୋଗ ରେ ଦିଲ୍ଲୀ ରେ ଶ୍ରଦ୍ଧାଞ୍ଜଳି ସଭା
ନୂଆଦିଲ୍ଲୀ (ଲଷ୍ମୀନାରାୟଣ ବେବର୍ତ୍ତା )ଆ. ପ୍ର.: କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅଧିନସ୍ତ ବlଛର ଗ୍ରାମ ପଂଚାୟତ ର ମଣ୍ଡପଡା ଗାଁ ର ମୂଳବାସିନ୍ଦା ତଥା ଦିଲ୍ଲୀ ର ସାହାପୁରଜାଠ ଇଲାକା ରେ ଦୀର୍ଘ ବର୍ଷ ବର୍ଷ ଧରି ବାସକରି ଆସୁଥିବା ଦିଲ୍ଲୀ ର ଅତି ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ର ପରିଚାଳନାକମିଟି ଦାୟିତ୍ୱ ବହନ କରି ଆସୁଥିବା ଶ୍ରୀ ନୀଳାଚଳ ସେବାସଙ୍ଘ ରେ ଆନୁମାନିକ ଦୀର୍ଘ ପଞ୍ଚତିରିଶି (35) ବର୍ଷ ରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପଦପଦବୀ ରେ ଦକ୍ଷତା ର ସହ କର୍ଯ୍ୟକରି ଆସିଥିବା ଅଜାମ୍ବର ପ୍ରଧାନ ଙ୍କ ନିକଟରେ ନୋଇଡା ଠାରେ ହୃଦଘାତ ରେ ପରଲୋକ ହୋଇଯାଇଥିବା ବେଳେ ଗତକାଲି ତାଙ୍କ ଏକାଦଶାହ ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘ ଓ ତାଙ୍କ ପରିବାର ବର୍ଗ ଙ୍କ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭରେ ଶ୍ରୀ ନୀଳାଚଳ ସେବାସଂଘ ର ଉପସ୍ଥିତ ପ୍ରମୁଖ କର୍ମକର୍ତ୍ତା ଙ୍କ ସହ ସ୍ବର୍ଗତ ଅଜାମ୍ବର ବାବୁ ଙ୍କ ପରିବାର ସଦସ୍ୟ, ବନ୍ଧୁ, ଆତ୍ମୀୟସ୍ୱଜନ ପ୍ରମୁଖ ତାଙ୍କ ତୈଳ ଚିତ୍ର ରେ ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କର ଅମର ଆତ୍ମlର ସଦଗତି କାମନା କରିବା ସହ ତାଙ୍କ ଜୀବନଦର୍ଶ ଉପରେ ମତବ୍ୟକ୍ତ କରିଥିଲେ. ଶ୍ରୀ ନୀଳାଚଳ ସେବାସଙ୍ଘ ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇ ସ୍ବର୍ଗତ ଅଜାମ୍ବର ବାବୁ ଙ୍କୁ ନିଜର ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ବର୍ଗତ ଅଜାମ୍ବର ବାବୁ ଜଣେ ସରଳ, ମିଷ୍ଟଭାସି, ମେଳାପୀ ଓ ଶାନ୍ତସ୍ଵଭାବର ବ୍ୟକ୍ତି ଥିଲେ. ଜୀବନ ର ଶେଷନିଶ୍ୱାସ ଯାଏ ସେ ଶ୍ରୀ ନୀଳାଚଳ ସେବା ସଙ୍ଘ ର ଆଜୀବନ ସଦସ୍ୟ ରହିଥିଲେ ପୂର୍ବରୁ କୋଷାଧକ୍ଷ ଓ ଯୁଗ୍ମ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ. ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମକୁ ଶାନ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ପରିବାର ସଦସ୍ୟ ଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି କହିଥିଲେ. ସେହିପରି ସଭାରେ ଯୋଗଦେଇଥିବା ଶ୍ରୀ ନୀଳାଚଳ ସେବା ସଙ୍ଘ ର ପୂର୍ବତନ ଯୁଗ୍ମ ସମ୍ପାଦକ ତଥା ଦିଲ୍ଲୀ ଶ୍ରୀ ଅଭିରାମ ସତସଙ୍ଗ ଓ ଶ୍ରୀ ଅଭିରାମ ସାଂସ୍କୃତିକ ସମାଜର ସମ୍ପାଦକ ଶ୍ରୀ ଜୟରାମ ସାମଲ କହିଥିଲେ ସ୍ବର୍ଗତ ଅଜାମ୍ବର ବାବୁ ମୋର ବଡ଼ ଭାଇ ତୁଲ୍ୟ. ତାଙ୍କ ଜନ୍ମସ୍ଥାନ ପଟାମୁଣ୍ଡାଇ ବ୍ଲକ ର ମଣ୍ଡପଡା ଗାଁ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ରେ ତାଙ୍କ କର୍ମଭୂମି ଦିଲ୍ଲୀ ଭାବେ ହିଁ ପରିଚିତ ଥିଲା. ସନ 1973 ରେ ସେ ଦିଲ୍ଲୀ ଆସି ପ୍ଲାମ୍ବିଙ୍ଗକାମ କରି ପରବର୍ତ୍ତୀ ପର୍ଯାୟରେ ନଜକୁ ଜଣେ ଜଣାଶୁଣା ପ୍ଲାମ୍ବିଙ୍ଗ କଣ୍ଟ୍ରାକ୍ଟର ଭାବେ ପରିଚୟ ସୃଷ୍ଟି କରିଥିଲେ. ଦୁହେଁ ମିଶି ଶ୍ରୀ ନୀଳାଚଳ ସେବାସଙ୍ଘ ପାଇଁ ବହୁବର୍ଷ ଧରି କାର୍ଯ୍ୟକରି ଆସିଛୁ. ମୋର ପଡୋଶୀ ଭାବେ ଅନେକ ଦୁଃଖ ସୁଖ ନେଇ ସବୁବେଳେ ଆଲୋଚନା କରୁଥିଲୁ ତାଙ୍କୁ ପାଖରେ ରାଗ, ବିରକ୍ତ, ହିଂସା,କ୍ରୋଧ ର ଝଲକ କେହି କେବେ ଦେଖିବାକୁ ପାଉନଥିଲେ. ତାଙ୍କ ସରଳ ଓ ଅମାୟିକ ବ୍ୟବହାର ପାଇଁ ସେ ଆମ ସମସ୍ତ ଙ୍କ ପାଖରେ ସବୁବେଳପାଇଁ ସ୍ମରଣୀୟ ହୋଇ ରହିବେ. ପରମପୂଜ୍ୟ ଯୁଗାବତାର ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ସତ୍ୟନାରାୟଣ ସ୍ୱାମୀ ତାଙ୍କର ଆତ୍ମାର ସଦଗତି କରନ୍ତୁ ବୋଲି କହିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଭିରାମ ସାଂସ୍କୃତିକ ସମାଜର ସଭାପତି ଆଇନଜୀବୀ ବିଜୟସାମଲ, ଶ୍ରୀ ନୀଳାଚଳ ସେବାସଙ୍ଘ ର ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, ମନ୍ଦିର ପରିଚାଳନା କମିଟର ସଦସ୍ୟ କ୍ଷୀରୋଦ ପାତ୍ର, ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର, ଅଶୋକ ପ୍ରଧାନ, ଦିଲ୍ଲୀପ ସ୍ବାଇଁ, ସୁକାନ୍ତ ସାହୁ, ଶ୍ରୀ ଜଗନ୍ନାଥ ମନ୍ଦିର(ହାଉଜଖାସ )ର ଭୂତପୁର୍ବ ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ ଙ୍କ ପୁତ୍ର ରମାକାନ୍ତପ୍ରଧାନ, ସାହାପୁରଜାଠ ଦୁର୍ଗାପୂଜା କମିଟି ତରଫରୁ କୃପାସିନ୍ଧୁ ପ୍ରଧାନ, ସୋମ୍ୟରେନ୍ଦ୍ର,ନାୟକ(କାବୁଲା ) ପୁଷ୍ପାଞ୍ଜଳି ବାରିକ ଙ୍କ ସମେତ ସ୍ବର୍ଗତ ପ୍ରଧାନ ଙ୍କ ବହୁ ପରିଚିତ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇ ସେମାନଙ୍କର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ.ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ପ୍ରସାଦ ସେବନ ରେ ଆପ୍ୟାୟିତ କରାଯାଇଥିବା ବେଳେ ସ୍ବର୍ଗତ ଅଜାମ୍ବର ବାବୁ ଙ୍କ ପୁତ୍ର ସନ୍ଦୀପ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଥିଲେ. କାର୍ଯ୍ୟକ୍ରମ କୁ ସ୍ବର୍ଗତ ପ୍ରଧାନ ଙ୍କ ଭାଇ ତଥା ମନ୍ଦିର ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ ସଂଚାଳନ କରିଥିବା ଦେଖାଦେଇଥିଲା