ଲୋକଙ୍କ କାମରେ ଦେଉନି ବସଷ୍ଟାଣ୍ଡ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସଦର ସହର ଠାରେ ଥିବା ବସଷ୍ଟାଣ୍ଡ ଟି ଲୋକଙ୍କ କାର୍ଯ୍ୟ ରେ ଆସୁନାହିଁ ।ଉଦଘାଟନ ଠାରୁ ଆଜି ପର୍ଯ୍ୟନ୍ତ ତାଲା ପଡିଛି ।  ୨୦୦୬ ମସିହା ଡିସେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସଷ୍ଟଣ୍ଡ କୁ ଉଦଘାଟନ କରିଥିଲେ ।ଏହି ବସଷ୍ଟାଣ୍ଡ ଟି ୨୨ଲକ୍ଷ ଟଙ୍କାରେ ନିର୍ମିତ ବସଷ୍ଟାଣ୍ଡ ଅଚଳ ଅବସ୍ଥାରେ ପଡିରହିଛି ।ଲୋକଙ୍କ ବ୍ୟବହାର, କାର୍ଯ୍ୟ ରେ ଆସୁନଥିବା ଅଭିଯୋଗ ହେଉଛି ।ଯାତ୍ରୀମାନେ ବସଷ୍ଟାଣ୍ଡ ରେ କିଛି ସୁବିଧା ପାଇପାରୁନାହାନ୍ତି ।ଫଳରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଖରା,ବର୍ଷା ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ବସଷ୍ଟାଣ୍ଡ ଉପରେ ପ୍ରଶାସନ ତଥା ରାଜନୈତିକ ନେତାମାନେ ଶୁଭଦୃଷ୍ଟି ପଡୁନି ।ରାଜନେତା ଙ୍କ ଅଦୂରଦୁର୍ଶିତା ହେତୁ ଯାତ୍ରୀମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଅତୀଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବସଷ୍ଟାଣ୍ଡ କୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯାଉଛି ।ବସଷ୍ଟାଣ୍ଡ ରେ ପିଇବା ପାଣି, ପାଇଖାନା, ଗରମ ରୁ ବଞ୍ଚିବା ପାଇଁ ଉପକରଣ ଆଦି ସମସ୍ତ ପ୍ରକାର ସୁବିଧା କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.