ନୂଆ ଦିଲ୍ଲୀରେ ଧର୍ମ ପରାୟଣ ମହିଳାଙ୍କ ଏକାଦଶହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସନ୍ଧ୍ୟା

ନୂଆ ଦିଲ୍ଲୀ (ଲଷ୍ମୀନାରାୟଣ ବେବର୍ତ୍ତା )(ଆ. ପ୍ର ): ଦିଲ୍ଲୀ ର ଜଣାଶୁଣା  ବିଶିଷ୍ଟ ବ୍ୟବସାୟୀ, ଗଣମାଧ୍ୟମ ବ୍ୟକ୍ତିତ୍ୱ ବିଜୟିକେତନ ବାରିକ ଙ୍କ ମାତା ତଥା ସ୍ବର୍ଗତ ବନମାଳୀ ବାରିକ ଙ୍କ ଧର୍ମପତ୍ନୀ ଶ୍ରୀମତୀ ସାବିତ୍ରୀ ବାରିକ ଙ୍କ ଗତ 11.5. ତାରିଖ ବୁଧୁବାର ଦିନ 87(ସତାଅସି )ବର୍ଷ ବୟସ ରେ ବାର୍ଦ୍ଧକ୍ୟଜନିତ ରୋଗ ରେ ପରଲୋକ ହୋଇଯାଇଥିବା ବେଳେ ଏବଂ ସ୍ଥାନୀୟ ଯମୁନା ନଦୀ  ତଟସ୍ତ ନିଗମବୋଧେ ଘାଟ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଥିବା ବେଳେ ଗତ ଶନିବାର ଦିନ ତାଙ୍କ ଏକାଦଶହ ପରିପ୍ରେକ୍ଷୀରେ ଏକ ଶ୍ରଦ୍ଧାଞ୍ଜଳିସଭା ଓ ସ୍ମୁତିଚାରଣ  ଅନୁଷ୍ଠିତ ହୋଇଯାଇଛି. ସ୍ବର୍ଗତ ସାବିତ୍ରୀ ଦେବୀ ଙ୍କ ଜେଷ୍ଠପୁତ୍ର ବିଜୟକେତନ  ବାରିକ ଙ୍କ ଦ୍ୱାରା ଆହୁତ ଓ ସ୍ଥାନୀୟ ହାଉଜଖାସ  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ସ୍ମୁତିଚାରଣ  ସଭାରେ ବିଜୟବାବୁ ଙ୍କ ବହୁ ବନ୍ଧୁ, ଆତ୍ମୀୟସ୍ୱଜନ,ବହୁ ବିଶିଷ୍ଟ ବ୍ୟକ୍ତି, ବ୍ୟବସାୟୀ ବନ୍ଧୁ,  ଗଣମାଧ୍ୟମ ର କିଛି ପ୍ରତିନିଧି,ଏବଂ ଶ୍ରୀ ନୀଳାଚଳ ସେବା ସଙ୍ଘ ର କେତେକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ସ୍ବର୍ଗତ ସାବିତ୍ରୀ ଦେବୀ ଙ୍କ ତୈଳ (ଫୋଟୋ) ଚିତ୍ର ରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ. ସ୍ବର୍ଗତ ସାବିତ୍ରୀ ଦେବୀ ତାଙ୍କ ସ୍ୱାମୀ  ସ୍ବର୍ଗତ ବନମାଳୀ ବାରିକ ଙ୍କ ଦେହାନ୍ତ ପରେ ପରେ ସେ  ସ୍ୱାସ୍ଥ୍ୟ ରେ କିଛିଟା ଭାଙ୍ଗି ପଡ଼ିଥିଲେ ଏବଂ ନିଜର ଶେଷ ନିଶ୍ୱାସ ଥିବା ଯାଏ ଜେଷ୍ଠ ପୁତ୍ର ବିଜୟ କେତନ ବାରିକ ଙ୍କ ଘରେ ଅବସ୍ଥାନ କରୁଥିଲେ.  ସ୍ବର୍ଗତ ସାବିତ୍ରୀ ଦେବୀ ଜଣେ ସ୍ନେହୀ, ସରଳସ୍ୱଭାବ ମେଳାପୀ ବନ୍ଧୁପ୍ରେମୀ ଓ ଧର୍ମପରାୟଣ ମହିଳା ଭାବେ ଏଠାରେ  ପରିଚିତ ଥିଲେ. ପ୍ରାୟ ସେ ହାଉଜଖାସ ଶ୍ରୀ ଜଗନ୍ନାଥ ମନ୍ଦିର କୁ ରୀତିମତ ଆସି  ମହାପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ କରି  କୃପାଲାଭ କରୁଥିଲେ.ତାଙ୍କର ଆତ୍ମ ର ସଦଗତି ପାଇଁ ନୀରବ ପ୍ରାର୍ଥନା ହେବା ସହ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା.ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା କୁ ସ୍ବର୍ଗତ ସାବିତ୍ରୀ ଦେବୀ ଙ୍କ ଜ୍ୟେଷ୍ଠ ପୁତ୍ର ବିଜୟ ବାରିକ,ତାଙ୍କ ପୁତ୍ରବଧୁ ସୁକାନ୍ତି, ପୁଅ, ବୋହୁ, ଝିଅ ଭାଇ  ପ୍ରମୁଖ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ଙ୍କ ପାଇଁ  ରାତ୍ର ପ୍ରସାଦ ସେବନ ରେ ଆପ୍ୟାୟିତ କରିଥିଲେ.

Leave A Reply

Your email address will not be published.