ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ/ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଦସ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଛି।
ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଭାପତି ଡ଼ା ଜଷ୍ଟିସ ଡିପି ଚୌଧୁରୀ, ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏସ ନାଇଡୁ ଉପସ୍ଥିତ ରହି ଆୟୋଗର କାର୍ଯ୍ୟ ସୀମା ଉପରେ ଆଲୋଚନା କରିଥିଲେ।
ଜାତୀୟ/ରାଜ୍ୟ/ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ କ୍ଷମତା, କାର୍ଯ୍ୟକାରିତା ଓ ଦାୟିତ୍ୱବୋଧ ଉପରେ ଜଷ୍ଟିସ ଚୌଧୁରୀ ଆଲୋକପାତ କରିଥିଲେ। ଜଷ୍ଟିସ ନାଇଡୁ ଗ୍ରାହକ ସୁରକ୍ଷା ଆଇନ ଅଧୀନରେ ଆସିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ରାୟର ଦୃଷ୍ଟାନ୍ତ ରଖିବା ସହ ରାୟ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।
।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପରାମର୍ଶଦାତା ପ୍ରଫେସର ବିଜନ କୁମାର ମିଶ୍ର ଚିଠା ଇ-କମର୍ସ ଆଇନ ଓ ପ୍ରତ୍ୟକ୍ଷ ବିକ୍ରୟ ଆଇନ ପ୍ରସଙ୍ଗରେ ଉପସ୍ଥାପନା ରଖିଥିଲେ। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ)ର ଭୂମିକା ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ।
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ା ମୟଙ୍କ ତିୱାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଚିତ୍ତରଞ୍ଜନ ପ୍ରଧାନ, ଉପସଚିବ ଚିତ୍ତରଞ୍ଜନ ମହାନ୍ତି, ସିକା’ ପ୍ରକଳ୍ପ ମ୍ୟାନେଜର ସଞ୍ଜୟ ମହାନ୍ତି, ପ୍ରକଳ୍ପ ସଂଯୋଜକ ସେକ ଇଜାଜ ଇକବାଲ ଓ ସିକାର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ