ଅସହାୟଙ୍କ ପାଖରେ ବନ୍ଧା ପଡିଛି ଆଶା ଓ ଭରସା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଶିଳ୍ପ ଓ ଖଣି ସମୃଦ୍ଧ ରେ ପରିପୂର୍ଣ୍ଣ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ।ଏହି ଅଞ୍ଚଳରୁ ରାଜ୍ୟ ତଥା ଦେଶ ପାଇଁ କୋଟି କୋଟି ଟଙ୍କା ରାଜକୋଷକୁ ଯୋଗାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ଖାଦ୍ୟ ଅଭାବରୁ କୋପୋଷଣର ଶିକାର ହେଉଥିବାର ଦେଖିବାକୁ ମିଳିଛି ।ଖାଦ୍ୟପେୟ ଅଭାବରୁ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗାଁ ରାଜସ୍ୱଗ୍ରାମ ଅନ୍ତର୍ଗତ କୁମୁଡ଼ିବାହାଳିର ନିମାଇଁ ଜୁଆଙ୍ଗ ଙ୍କ ପୁଅ ଶ୍ୟାମ ଜୁଆଙ୍ଗ(୩୫) ଅକାଳବାର୍ଦ୍ଧକ୍ୟ ସାଜିଛନ୍ତି ।ଶ୍ୟାମଙ୍କ କହିବାନୁଯାୟୀ ଆଜିକୁ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଦେହ ଅଳ୍ପ ଅଳ୍ପ ଦୁର୍ବଳ ହୋଇ ଗୋଡ଼ ହାତ ଗୋଡିକ ପତଳା ହେବାରେ ଲାଗିଲା ।ଏନେଇ ପ୍ରଥମେ ପ୍ରଥମେ କୌଣସି ଏକ ଘରୋଇ ଚିକିତ୍ସାଳୟରେ ଦୁଇ ରୁ ତିନି ଥର ଚିକିତ୍ସିତ ହେବା ପରେ ଅର୍ଥ ଅଭାବରୁ ସେ ବର୍ତ୍ତମାନ ପ୍ରାୟ ଦେଢ଼ବର୍ଷରୁ ଅଧିକ ହେବ ଚିକିତ୍ସିତ ହୋଇପାରୁନାହାନ୍ତି ।ସହାୟତା ପାଇଁ ଦୁଇ ରୁ ତିନି ଥର ସରପଞ୍ଚଙ୍କ ପାଖକୁ ଯାଇଥିଲେ ସୁଦ୍ଧା କୌଣସି ପ୍ରକାର ସହାୟତାର ହାତ ବଢ଼ିନଥିଲେ ବୋଲି କହିଛନ୍ତି ତାଙ୍କର ପତ୍ନୀ ।ଗୋଟିଏ ପଟେ ସରକାର ମାଗଣା ଚିକିତ୍ସା ପାଇଁ ସ୍ମାର୍ଟ କାର୍ଡ, ସ୍ମାର୍ଟ ଚିକିତ୍ସା ପାଇଁ ନୁଆଁ ନୁଆଁ ପଦକ୍ଷେପ ନେଉଥିବା ବେଳେ ଏହି ସବୁରୁ ମଧ୍ୟ ବଞ୍ଚିତ ରହିଛନ୍ତି ବୋଲି କହିଛନ୍ତି ।ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଶ୍ୟାମ ଜୁଆଙ୍ଗ ।

Leave A Reply

Your email address will not be published.