ଗରଦପୁର (ନି. ପ୍ର )ଦେଇପାରିଲେନି ପିସି, ଅଣତିରିଶି ବର୍ଷ ବିତିଯାଇଥିଲେ ବି ହେଇପାରିଲାନି ବିଲ…. ଅଟକି ରହିଛି ନିଜ ପ୍ରାପ୍ୟ ପାଉଣା.
ସ୍ଵଚ୍ଚ ଓ ସଠିକ କାର୍ଯ୍ୟ କରି ଆଜିବି ନିଜ ପ୍ରାପ୍ୟ ରୁ ବଂଚିତ ୭୭ ବର୍ଷୀୟ ବୃଦ୍ଧ ତଥା ପ୍ରାପ୍ତନ C CLASS CONTRACTOR କାଁନହୁ ଚରଣ ଦାସ…
ପିସି ନଦେବାରୁ ଆଜି ପର୍ଯ୍ୟନ୍ତ ଅଟକି ରହିଛି ତାଙ୍କ ଫାଇନାଲ ବିଲ. ଅଣତିରିଶି ବର୍ଷ ଧରି ଫାଇନାଲ ବିଲ ପାଇବାକୁ ସରକାରୀ ଦପ୍ତର ରୁ ଦପ୍ତର ଘୁରି ବୁଲୁଛନ୍ତି..
ଯେଉଁ ଅଧିକାରୀ ପିସି ମାଗିଥିଲେ ସେ ବିଲ କୁ ହୋଲଡ଼ କରିଦେଇଛନ୍ତି.. ବୃଦ୍ଧ ଙ୍କ ଏକ ଜିଦ ସଠିକ କାମ କଲି, ଟଙ୍କା ଟିଏ ପିସି ଦେବିନାହିଁ.
ଏ ଘଟଣା ହେଉଛି ଗରଦପୁର ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ର କାଁହୁଚରଣ ଦାସ ଙ୍କ ର. ବର୍ତମାନ ତାଙ୍କୁ ବୟସ ୭୭.ଆଜକୁ ୨୯ ବର୍ଷ ତଳେ 1991-1992 ମସିହା ରେ କାଁହୁଚରଣ ରେଙ୍ଗାଳୀ ଇରିଗେଶ୍ସନ ପ୍ରୋଜେକ୍ଟ ସମଲ ବ୍ୟାରେଜ ରେ ଚାରୋଟି କୋଠାଘର ତିଆରି ପାଇଁ ଟେଣ୍ଡର ରେ କାମ ପାଇଥିଲେ.ଇଞ୍ଜିନିଅର ମାନଙ୍କ ନିର୍ଦେଶ ଓ ଡିପାର୍ଟମେଣ୍ଟ ଦେଇଥିବା ଡ୍ରଇଂ ଅନୁଯାୟୀ ଏହି ପ୍ରୋଜେକ୍ଟ ନିର୍ମାଣ କରିଥିଲେ କାନ୍ହୁ ଚରଣ.
ଏହି ଟେଣ୍ଡର ପ୍ରୋଜେକ୍ଟ ର ବିଲ ସଂlକ୍ସନ ହୋଇଥିଲା “ଚାରି ଲକ୍ଷ ଶତାଅସି ହଜାର ଆଠଶହ ଦଶ ଟଙ୍କା”.ତେବେ
ତିନି ଲକ୍ଷ୍ୟ ପଞ୍ଚାନବେ ହଜାର ର ବିଲ ମିଳିଯାଇଥିଲେ ବି ଆହୁରି ୯୫ ହଜାର ୭ ସହ ଟଙ୍କା ଏବେବି ପାଇବାକୁ ବାକି ଅଛି.
ସେ ସମୟରେ ତତ୍କାଳୀନ ଯନ୍ତ୍ରୀ ମାନେ 1993 ମସିହା ରେ ପିସି ମାଗିଥିଲେ. କିନ୍ତୁ କାଁହୁ ଚରଣ ପିସି ଦେବାକୁ ମନା କରିଦେଇଥିଲେ. ତେଣୁ ଅଣ ତିରିଶି ବର୍ଷ ବିତିଯାଇଥିଲେ ବି ତାଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ମିଳିନାହିଁ.
ତେବେ ଏହି ପ୍ରାପ୍ୟ ପାଇବାକୁ ବର୍ତମାନ ବୟସର ଅପରାହ୍ନ ରେ କାଁହୁ ଚରଣ ଦାଶ ସେହି ବିଭାଗ ର ତଳ ସ୍ତର ରୁ ଉପର ସ୍ତର ଯାଏଁ ସମସ୍ତ ଅଧିକାରୀ ଙ୍କୁ ଚିଠି ଲେଖିଥିଲେ.
ତେବେ ତା ଦ୍ୱାରା କିଛି ସୁଫଳ ନମିଳିବାରୁ ସେ ମାନବ ଅଧିକାର କମିଶନ ଜାତୀୟ ମାନବ ଅଧିକାର କମିଶନ କୁ ଚିଠି ଲେଖିବା ସହ,
ତାପରେ ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରକୋଷ୍ଟ ଓ କ୍ରମଶଃ ପ୍ରଧାନ ମନ୍ତ୍ରୀ ଙ୍କ ପ୍ରକୋଷ୍ଟ କୁ ମଧ୍ୟ ନିଜ ଅଭିଯୋଗ କୁ ହସ୍ତ ଲିଖିତ ଚିଠି ମାଧ୍ୟମ ରେ ପ୍ରେରଣ କରିଛନ୍ତି. ଏପରିକି 5T କୁ ମଧ୍ୟ ଚିଠି ଲେଖି ନିଜ ଅଭିଯୋଗ ଜଣାଇଛନ୍ତି .
ତେବେ ଏନେଇ ପ୍ରଧାନ ମନ୍ତ୍ରୀ ଙ୍କ ପ୍ରକୋଷ୍ଟ ରୁ ବିଭାଗୀୟ ତଦନ୍ତ ଦାବି ହୋଇଛି ସତ ତଥାପି ଏପର୍ଯ୍ୟନ୍ତ ନିଜ ପ୍ରାପ୍ୟ ପାଇବାକୁ ଅପେକ୍ଷା ରତ ଏହି ବୃଦ୍ଧ.
ତେବେ କୋର୍ଟ ର ଆଶ୍ରୟ ନେବାକୁ ପାଖେରେ ସେତିକି ପୁଞ୍ଜି ନାହିଁ କି ଆଉ ବଳ ବୟସ ନାହିଁ..
ସେପଟେ କାଁନହୁ ଚରଣ ଙ୍କ ପରିବାର ଲୋକ ମଧ୍ୟ ତାଙ୍କ କଥାରେ ଏକ ମତ.
ନବେ ଦଶକ ରେ ପଞ୍ଚାନବେ ହଜାର ଓ ବୋନସ ଦଶ ହଜାର ସମ୍ପୂର୍ଣ ଏକ ଲକ୍ଷ୍ୟ ପାଞ୍ଚ ହଜାର. ଯାହାକି ସେତେ ବେଳ ସମୟ ର ଏକ ବଡ଼ ଆର୍ଥିକ ପୁଞ୍ଜି ଯାହାର କି ଆଜିର ସମୟରେ ଏକ କୋଟି ରୁ ଉର୍ଦ୍ଧ ଟଙ୍କା ସହ ସମାନ . ଯଦି ସେ ସମୟ ରେ ଏହି ପ୍ରାପ୍ୟ ମିଳିଯାଇଥାନ୍ତା ତେବେ କାଁନ୍ହୁଚରଣ ଙ୍କ ପରିବାର ଆର୍ଥିକ ଅବସ୍ଥା ଆହୁରି ସ୍ୱଛଳ ହେବା ସହ ତାଙ୍କ ତିନିପୁଅ ଓ ୨ ଝିଅ ଅଧିକ ରୁ ଅଧିକ ପାଠ ପଢି ପାରିଥାନ୍ତେ ବୋଲି ତାଙ୍କ ସ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି.
କାଁନହୁ ଚରଣ ଦାଶ ସେସମୟ ରେ ବିଲ ନପାଇ ଲେବର ପେମେଣ୍ଟ ପାଇଁ ନିଜ ଜମି ବାଡ଼ି ବିକି ଥିବା ଅଭିଯୋଗ କରିଛନ୍ତି.
ଆଜିବି ନ୍ୟାୟ ଅପେକ୍ଷା ରେ ବୃଦ୍ଧ କଣ୍ଟ୍ରାକ୍ଟର କାଁନହୁ ଚରଣ ଦାଶ…ସେତେ ବେଳ ର ରେଙ୍ଗାଲି ସମର ବ୍ୟାରେଜ ଢେଙ୍କାନାଳ ଜିଲ୍ଲା ରେ ଥିବା ବେଳେ ଏବେ ତାହା ଅନୁଗୁଳ ଜିଲ୍ଲା.
ଆସl ଆଶଙ୍କା ରେ କାଁନ୍ହୁ ଙ୍କ ବକେୟା ଅର୍ଥ ପ୍ରାପ୍ତି ର ଆଶା.
ତେବେ ସେ ସମୟ ର ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀ ଙ୍କ ପାଇଁ ନିଜ ପ୍ରାପ୍ୟ ରୁ ବଞ୍ଚିତ ହୋଇ ଭଙ୍ଗା ଦଦରା ଆଜବେଷ୍ଟ ଘରେ
ମୁଣ୍ଡ ଗୁଂଜି ମଧ୍ୟ ବିଭିନ୍ନ ପ୍ରକୋଷ୍ଟ କୁ ଲେଖି ଚାଲିଛନ୍ତି ଚିଠି ଓ ଖୋଜୁଛନ୍ତି ନ୍ୟାୟ.