ପବିତ୍ରଦେଵ ଭୂମିକୁ ତୋପଭୂମିରେ ପରିଣତ ସକାଶେ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତାବ ରଖିଲେ ସଚେତନ ନାଗରିକ ମଞ୍ଚ

ମନ୍ଦିରମାଳିନୀ ସୁବର୍ଣ୍ଣପୁର ଏକ ଐତିହାସିକ  ସଂସ୍କୃତି,ପରମ୍ପରା ସମ୍ପନ୍ନପ୍ରାଚୀନ ଓ ପବିତ୍ର ଦେଵଭୂମି ଅଟେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଆଗ୍ରହ ଓ ନିର୍ଦ୍ଦେଶ ପାଇବା ପରେ ପରେ ଏହି ପବିତ୍ର ଦେଵ ଭୂମିର ବିକାଶ ପାଇଁ  ଏବେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ମନେହୁଏ। ଜିଲ୍ଲାପାଳ ବୋଧହୁଏ ସେଥିପାଇଁ ନିଜେ ଟୁଇଟ ମାଧ୍ୟମରେ ଜନସାଧାରଣଙ୍କୁ ଏ ନେଇ ଆହ୍ୱାନ ଦେଇଥିଲେ। 

ଏହାର ଉତ୍ତରରେ ଆଜି ସଚେତନ ନାଗରିକ ମଞ୍ଚ ତରଫରୁ ଲିଖିତ ଆକାରରେ ଏକ ପ୍ରସ୍ତାବ ଜିଲ୍ଳାପାଳ ଅବୋଲି ସୁନିଲ ନରୱଣେଙ୍କୁ ସାକ୍ଷାତ କରି  ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁଶେଖରମିଶ୍ର ,ସମ୍ପାଦକ ଗୁଣନିଧି ମେହେରଙ୍କସମେତ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପପୁରୋହିତ ,ଦୁଃଖିରାମ ନାୟକ ,ବିନୋଦ ମେହେର, ମହେଶ ପୂଜାହାରୀ,ବାଙ୍କାନିଧି ରାୟଗୁରୁ, ନିରଞ୍ଜନତ୍ରିପାଠୀ, ସହଦେବ ପାତ୍ର , 

ସୂର୍ଯ୍ୟ ନାରାୟଣ ଦାସ,ନବଘନ ସାଣ୍ଢ,ପଞ୍ଚାନନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.