ଦାଦନ ଗଲେ, ତେଲେଙ୍ଗାନାରୁ ଶବ ହୋଇ ଫେରିଲେ

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ହେଉଛି ଏକ ଦାଦନ ପ୍ରବଣ ଅଞ୍ଚଳ। ଏହି ଜିଲ୍ଲାର ୫୦% ଲୋକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ  ଯାଉଥିବାବେଳେ ଶବ ହୋଇ ଫେରୁଥିବା ବହୁଳ ଭାବରେ ଦେଖିବାକୁ ମିଳିଛି । ହେଲେ ବିଡମ୍ବନାର ବିଷୟ, ରାଜ୍ୟ ସରକାର ଦାଦନ ଚାଲାଣ ରୋକିବାକୁ ଅନେକ ପ୍ରୟାସ କରୁଥିଲେ ସୁଦ୍ଧା ବିଫଳ ହେଉଛନ୍ତି। ଠିକ୍ ଭାବରେ ଯଦି ସରକାରୀ କାମ ଯୋଗାଇ ଦିଆଯାଆନ୍ତା ତାହେଲେ କିଛି ମାତ୍ରାରେ ଦାଦନ ଚାଲାଣ ହ୍ରାସ ହୁଅନ୍ତା ବୋଲି ଅନୁମାନ କରାଯାଏ। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଭିନ୍ନ ନିର୍ଯାତନା ର ଶିକାର ହେବା ସହ ଅନେକ ଲୋକ ମୃତ୍ୟୁ ବରଣ କରି ଶବ ଫେରୁଥିବା ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏବେ ଏବେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଯୁବା,ସୁଲେକେଲା ଖଲ ଖଲି ,କର୍ଲାବାହାଲି ନେହେନା ବନ୍ଦ ଏମିତି ଅନେକ ଗୁଡିଏ ଗାଁ  ର ଲୋକଙ୍କ  ମୃତଦେହ ଆସିଥିବା ବେଳେ ଏବେ ପୁଣି ଏକ ଦାଦନ ଦୁଃଖ ର କରୁଣ କାହାଣୀ ଶୁଣିବାକୁ ମିଳିଛି।ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗାଁ ର କୈଳାସ ଭୁଏ (୫୦) ପିତା.ବେଣୁ ଭୁଏ ‌।ସେ ନିଜ ପରିବାର ପୋଷଣ ପାଇଁ ତେଲେଙ୍ଗାନା ରାଜ୍ୟ ର ଟୁକୁ ଗୁଡ଼ା କୁ ଇଟା ଗଢିବା ପାଇଁ ଯାଇଥିଲେ। ହେଲେ ସେ କୌଣସି କାରଣ ବଶତଃ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏବଂ ତାଙ୍କ ଶବ ନିଜ ଭିଟାମାଟି କୁ ଆସୁଥିବା ସୂଚନା ମିଳିଛି। ତାଙ୍କ ଶବ ଆସିଲା ପରେ ସମସ୍ତ ସତ୍ୟାସତ୍ୟ ଲୋକାଲୋଚନକୁ ଆସିବ, ଜିଲ୍ଲାରେ ଅନେକ ନିରୀହ ଖଟିଖିଆ ଲୋକ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ପେଟ ପାଇଁ ଦାନା ଯୋଗାଡ କରିବା ପାଇଁ ଯାଇ ଶବ ହୋଇ ଫେରୁଥିବା ଇତିହାସ ରଚନା କରି ସାରିଛି, ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଲଜ୍ଜାଜନକ ବିଷୟ ପାଲଟିଛି

Leave A Reply

Your email address will not be published.