ଡଙ୍ଗାରେ ସୁବର୍ଣ୍ଣରେଖା ନଦୀ ବନ୍ଧର ସ୍ଥିତି ଅନୁଧ୍ୟାନ କଲେ ବସ୍ତା ବିଧାୟକ

ବାଲିଆପାଳ – ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ  ଡ୍ରେନେଜ ବିଭାଗର ଅଧିକାରୀ ଙ୍କ ସହିତ ଗୁରୁବାର ବାଲିଆପାଳ ବ୍ଲକ ର ଅସ୍ତୀ ଗ୍ରାମ ପଞ୍ଚାୟତର ରୁ ଦେଶୀ ଯନ୍ତ୍ର ଚାଳିତ ଡଙ୍ଗାଯୋଗେ  ସୁବର୍ଣ୍ଣରେଖା ନଦୀ ମୋହଣ କଙ୍କଡାପଳ ଗ୍ରାମ ପର୍ଯ୍ୟନ୍ତ ଲମ୍ବିଥିବା ସୁବର୍ଣ୍ଣରେଖା ନଦୀବନ୍ଧ ର ସ୍ଥିତି ଅନୁଧ୍ୟାନ କରିଥିଲେ। ନଦୀବନ୍ଧଟି ବହୁ ପୁରୁଣା ହୋଇଥିବାରୁ ବିଭିନ୍ନ ସ୍ଥାନରେ  ବନ୍ଧ ଦୁର୍ବଳ ଓ କିଛି ସ୍ଥାନରେ ନଦୀବନ୍ଧ ବନ୍ୟାରେ ଧୋଇ ଯାଇଥିବାରୁ ସେଗୁଡ଼ିକର ଶୀଘ୍ର ମରାମତି କରାଯିବା ସହିତ ଆବଶ୍ୟକୟ ସ୍ଥଳେ ବନ୍ଧ କୁ ପଥର ପେଚିଂ ଏବଂ ନଦୀରେ ଥିବା ସ୍ପର ଗୁଡ଼ିକୁ ମାରମତି କରିବା ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଡ୍ରେନେଜ ବିଭାଗ ର ଏସଡିଓ ସାଗର ସମ୍ବିତ ସାମଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। , ଡ୍ରେନେଜ୍ ବିଭାଗର ଏସି ପ୍ରଭାସ କୁମାର ପ୍ରଧାନ ବିଭାଗୀୟ ସରକାରୀ କାର୍ଯ୍ୟ ପାଇଁ ଅନୁପସ୍ଥିତ ଥିବାରୁ ଏବାବଦରେ ବିଧାୟକ ତାଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ। ବିଭାଗୀୟ ଜେଇ ପ୍ରଦୀପ କୁମାର ବେହେରା,୨୧ ନମ୍ୱର ଜୁନ ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ରନାଥ ଅଣ୍ଡିଆ, ଘଣ୍ଟୁଆ ପଞ୍ଚାୟତର ର ସରପଂଚ ସୁଶିଲ ପ୍ରଧାନ, କୁମ୍ଭାରି ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତି ନିଧି ଜୟନାରାୟଣ ମହାପାତ୍ର , ଅସ୍ତୀ ପଞ୍ଚାୟତର ର ସରପଂଚ ଙ୍କ ପ୍ରତିନିଧି ଶ୍ରୀ ହରେକୃଷ୍ଣ  ଜେନା ବାଲିଆପାଳ ପଂଚାୟତର ସରପଞ୍ଚ ଙ୍କ ପ୍ରତିନିଧି ହେମନ୍ତ ଦାସ, ମଧୁପୁରା ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଲମ୍ବୋଦର ମାହାନା , ବିଶ୍ନୂପୁର ପଞ୍ଚାୟତର ସରପଞ୍ଚ ମହେଶ୍ୱର ଜେନା, ନିଖିରା ପଞ୍ଚାୟତର ସରପଞ୍ଚ ଅଜନ ଗିରି, ନିଖିରା ପଞ୍ଚାୟତ ସମିତି ସଦସ୍ୟ ଙ୍କ ପ୍ରତିନିଧି ପେଟୁ ମାଣିକ, ଆସ୍ତି ପଂଚାୟତର ସମିତି ସଦସ୍ୟଙ୍କ ପ୍ରତିନିଧି କାର୍ତ୍ତିକ ପାତ୍ର ବିଧାୟକ ଙ୍କ ସହିତ ଦେଶୀ ଯନ୍ତ୍ର ଚାଳିତ ଡଙ୍ଗାଯୋଗେ ସୁବର୍ଣ୍ଣରେଖା ନଦୀ ବନ୍ଧର ସ୍ଥିତି ଅନୁଧ୍ୟାନ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

Leave A Reply

Your email address will not be published.