ପାଟକୁରା (ନି. ପ୍ର )ପୁଅ ମାନଙ୍କ ମାଡ଼ ଗାଳି ସହି ନପାରି ଥାନା ଦ୍ୱାର ରେ ନାୟ ଭିକ୍ଷା କଲେ ବୃଦ୍ଧ ଦମ୍ପତି.ପୁଅ ମାନେ ସାଜିଲେ ସୈତାନ
ବୃଦ୍ଧ ଓ ରୋଗୀଣା ବାପା ମା ଙ୍କ ଉପରେ କରିଚାଲିଛନ୍ତି ଏକାଥନୀୟ ଅତ୍ୟାଚାର. ପୁଅ ମାନଙ୍କ ମାଡ଼ ଗଳି ଗୁଲଜ ରେ ଘାଇଲା ବାପା ମା.ଯୋଉ ମା ବାପା ନିଜ ପିଲାଙ୍କୁ ଅତି ଯତ୍ନ ରେ ପାଳି ପୋଷି ବଡ଼ କରନ୍ତି ସେଇ ବାପା ମା ଙ୍କ ପରିଣତ ବୟସରେ ପୁଅ ର ନିର୍ଯ୍ୟାତନା ସହିବା ଅତି ଅଭାବନୀୟ ଘଟଣା. ଏଭଳି ଘଟଣା ଦେଖିବାକୁ ମିଳିଛି ପାଟକୁରା ଥାନା ଅନ୍ତର୍ଗତ ପାଖଡ଼ ପଞ୍ଚାୟତ ବାମରା ଗ୍ରାମରେ.
ଗ୍ରାମ ର ପଞ୍ଚସ୍ତରୀ ବର୍ଷୀୟ ବୃଦ୍ଧ ଜଗବନ୍ଧୁ ସେଠି ଓ ତାଙ୍କ ବୃଦ୍ଧା ରୋଗୀଣା ସ୍ତ୍ରୀ
କୁଞ୍ଜଳତା ସେଠି. ଚାଳିଶି ବର୍ଷ ତଳେ ଜଗବନ୍ଧୁ ଙ୍କ ପ୍ରଥମ ସ୍ତ୍ରୀ ସାରସ୍ୱତି ସେଠି ଙ୍କ କ୍ୟାନ୍ସର ରୋଗ ରେ ମୃତୁ ପରେ ସେ କୁଞ୍ଜଳତା ସେଠି ଙ୍କୁ ବିବାହ କଲେ. କୁଞ୍ଜଳତା ମଧ୍ୟ ଜଗବନ୍ଧୁ ଙ୍କ ପ୍ରଥମ ସ୍ତ୍ରୀ ଙ୍କ ଦୁଇ ପୁଅ ଅଭୟ ସେଠି ଓ ଅକ୍ଷୟ ସେଠି ଓ ନିଜ ମାନସିକ ବିକାର ଗ୍ରସ୍ତ ପୁଅ ଅଜୟ ସେଠି ଙ୍କୁ ଛୋଟ ବେଳୁ ଗେଲ ବସର ରେ ମଣିଷ କଲେ.
କିନ୍ତୁ ପିଲା ମାନେ ବଡ଼ ହେବା ପରେ ମା ବାପା ଙ୍କ ଉପରେ କରିଚାଲିଛନ୍ତି ଅତ୍ୟାଚାର. ଦେଉଛନ୍ତି ଶାରୀରିକ ନିର୍ବାଚନ ଓ ମାଡ଼ ଗାଳି.
ଏନେଇ ବାପା ଓ ମା ବାରମ୍ବାର ନିଜ ପୁଅ ମାନଙ୍କ ନା ରେ ପାଟକୁରା ଥାନା ରେ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା.
ଥାନା କର୍ମଚାରୀ ବାପା,ମାଆ,ପୁଅ ଙ୍କ ଝଗଡା କୁ ଏତେ ଗୁରୁତର ସହ ନେଇ ନଥିବା ବେଳେ ଗାଁ ରେ ବାରମ୍ଭାର ନ୍ୟାୟ ନିଶାବ ନେଇ ରଫାଦଫା କରିଲେ ମଧ୍ୟ ପିଲା ମାନେ ରଫା ଦଫା କୁ ନମାନି ବାରମ୍ବାର ବାପା ମା ଙ୍କୁ ଗାଳି ଗୁଲଜ ଓ ମାଡ଼ ଦେଇଚାଲିଛନ୍ତି.
ଏନେଇ ପାଞ୍ଚ ଥର ଥାନା ରେ ଅଭିଯୋଗ କରିଥିଲେ ବି ପୋଲିସ ର ନିଷ୍କ୍ରିୟତା ର ସୁଯଗ ନେଇ ଗ୍ରାମ ର କିଛି କୁଚକ୍ରୀ ବ୍ୟକ୍ତି ପୁଅ ଅଭୟ ଓ ଅକ୍ଷୟ ର ସପକ୍ଷ ରେ ଯାଇ ବୃଦ୍ଧ ଦମ୍ପତି ଙ୍କ ବିପକ୍ଷବାଦୀ ହେଉଥିବା ଅଭିଯୋଗ କରିଛନ୍ତି.
ସବୁ ବେଳେ ପିଲା ମାନଙ୍କ ଅତ୍ୟାଚାର ସହ୍ୟ କରିନପାରି ବର୍ତ୍ତମାନ ଘର ଛାଡି ଚାଲି ଆସିଛନ୍ତି ବୃଦ୍ଧ ଦମ୍ପତି.
ଆଜି ଦିନ ବାରଟା ବେଳୁ ଅସହ୍ୟ ଖରାରେ ଥାନା ଦ୍ୱାର ମୁହଁ ରେ ନ୍ୟାୟ ପାଇଁ ବସି ରହିଛନ୍ତି ବୃଦ୍ଧ ଦମ୍ପତି..ଆଜି ପୁଣି ପାଟକୁରା ଥାନା ରେ ତିନି ପୁଅ ଅଭୟ ସେଠି, ଅକ୍ଷୟ ସେଠି ଓ ଅଜୟ ସେଠି ନା ରେ ଏତଲା ଦେଇଛନ୍ତି ବାପା, ମା..କୁଞ୍ଜଲତା ଙ୍କ ବେକରେ ଏକ ମାଂସ ପିଣ୍ଡୁଳା ବଢ଼ି ଅlବୁ ଭଳି ହୋଇଥିବା ବେଳେ ଏହି ଅବସ୍ଥା ରେ ଥାନା ଦ୍ୱାର ମୁହଁ ରେ ପଡି ରହିଛନ୍ତି.